ଓଡ଼ିଶାଲାଇଭ୍‌ ବ୍ୟୁରୋmatric exam

ଚଳିତ ବର୍ଷ ଅନୁଷ୍ଠିତ ହେବ ୟୁଜି ଓ ପିଜି ପରୀକ୍ଷା। ଆଜି ହୋଇଥିବା କୁଳପତି ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ଜୁନ୍‌ ୧୮ତାରିଖରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନ୍‌ ଜରିଆରେ କ୍ଲାସ ଚାଲିଛି। ପୂର୍ବ ବର୍ଷ କରୋନାର ପ୍ରଥମ ଲହର କାରଣରୁ ମାର୍ଚ୍ଚ ୨୫ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। କିନ୍ତୁ ଏ ବର୍ଷ ରାଜ୍ୟରେ ମେ’୫ରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ତେଣୁ ପାଠ ପଢ଼ିବା ପାଇଁ ସମସ୍ତଙ୍କ ସମୟ ମିଳିଛି। ଜୁନ୍‌ ସୁଦ୍ଧା ବାକି ଥିବା କୋର୍ସ ସରିଯିବ ବୋଲି ସୂଚନା ରହିଛି। କୂଳପତିମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାପରେ ଆସନ୍ତା ୧୮ତାରିଖରେ ପରୀକ୍ଷାକୁ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।”

ଚଳିତ ବର୍ଷ କରୋନା ସଙ୍କଟ ଟଳି ନଥିବାରୁ ୟୁଜି ଓ ପିଜି ପରୀକ୍ଷାକୁ ନେଇ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀ। ଶନିବାର ସେନେଇ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାକୁ ଆଖିରେ ରଖି ଛାତ୍ରଛାତ୍ରୀମାନେ ପଢ଼ା ଜାରି ରଖିବାକୁ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

Comment