ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାର କୋୟୁରୁରେ ବୁଧବାର ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।  ବିଶାଖାପାଟଣାର ଆଭ୍ୟନ୍ତୀରଣ ଅଞ୍ଚଳ କୋୟୁରୁ ମଣ୍ଡଳର ଥୀଗାଲାମେଟ୍ଟା ଗାଁ ନିକଟରେ ନକ୍ସଲମାନେ ଲୁଚି ରହିଥିବା ପୋଲିସ ଖବର ପାଇଥିଲା। ଏହାପରେ ବୁଧବାର ସକାଳେ ଆନ୍ଧ୍ର ପୋଲିସର ସ୍ୱତନ୍ତ୍ର ମାଓବାଦୀ ନିରୋଧ ଫୋର୍ସ, ଗ୍ରେହାଉଣ୍ଡସ ଓ ସ୍ୱତନ୍ତ୍ର କମାଣ୍ଡୋଙ୍କ ପକ୍ଷରୁ ସେଠାରେ ଏକ ମିଳିତ ଅପରେସନ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାପରେ ପୋଲିସର ପାଲଟା ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି।ଘଟଣାସ୍ଥଳରୁ ଏକେ ୪୭ ରାଇଫଲ୍, ଏସଏଲ୍‌ଆର, ୩ଟି ଥ୍ରୀ ନଟ ଥ୍ରୀ ରାଇଫଲ ଓ ବିପୁଳ ପରିମାଣର ବିସ୍ଫୋରକ ପୋଲିସ ଜବତ କରିଛି। ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କେହି ବି ମୃତାହତ ହୋଇନାହାନ୍ତି। ତେବେ କମ୍ବିଂ ଶେଷ ହେବା ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି କୋୟୁରୁ ଇନ୍ସପେକ୍ଟର ଭେଙ୍କଟାରାମନା କହିଛନ୍ତି।

LEAVE A REPLY

Please enter your comment!
Please enter your name here