ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ଏକ ଅର୍ଥଲଗାଣକାରୀ ସଂସ୍ଥାରରୁ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ର ଜଣେ ଯୁବକଙ୍କୁ ଗିରଫ କରି ନେଇଛି ଛତିଶଗଡ଼ ପୋଲିସ। ଯୁବକ ଜଣକ ହେଲେ ଓଡ଼ଗାଁ ଥାନା ଭାଲିଆଡ଼ିହି ଗାଁର ରୁଦ୍ରମାଧବ ମହାନ୍ତି।

ଛତିଶଗଡ଼ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ଗାଁର ରୁଦ୍ରମାଧବ ମହାନ୍ତି ଛତିଶଗଡ଼ର ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ କାମ କରୁଥିଲେ। କିଛିଦିନ ତଳେ ସେହି ସଂସ୍ଥାର ପାଖାପାଖି ୯ କୋଟି ଟଙ୍କା ଠକେଇ କରି ରୁଦ୍ରମାଧବ ଗାଁକୁ ଚାଲି ଆସିଛନ୍ତି।ଏଥିପାଇଁ ବୁଧବାର ଦିନ ଛତିଶଗଡ଼ ପୋଲିସର ଏକ ୧୦ ଜଣିଆ ଟିମ୍ ନୟାଗଡ଼ ଆସିଥିଲେ। ସେଠାରେ ସେମାନେ ଓଡ଼ଗାଁ ପୋଲିସର ସହଯୋଗରେ ଭାଲିଆଡ଼ିହି ଗାଁରୁ ରୁଦ୍ରମାଧବ ମହାନ୍ତିଙ୍କୁ ଗିରଫ କରିଥିଲେ। ଏହାପରେ ଓଡ଼ଗାଁ ଥାନାରେ ଆବଶ୍ୟକ କାଗଜପତ୍ର କାମ କରିସାରିବା ପରେ ଅଧିକ ତଦନ୍ତ ପାଇଁ ରୁଦ୍ରକୁ ଛତିଶଗଡ଼ ନିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Comment