ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ପରେ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଗୁରୁବାରଠାରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଏଥିପାଇଁ ଆରଏମଆରସିର ଏକ ୧୦ ଜଣିଆ ଟିମ୍ କୋରାପୁଟର ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି। ଦୁଇଦିନ ଧରି ଏହି ଟିମ୍ ଜିଲ୍ଲାର ୧୦ଟି ସ୍ଥାନରୁ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିବ।ପ୍ରଥମ ଦିନରେ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବୋରିଗୁମ୍ମା ବ୍ଲକର ସସାହାଣ୍ଡି, ଜୟପୁର ବ୍ଲକର ହରଡାପୁଟ, କୋଟପାଡ଼ ଏନଏସିର ୧ ନମ୍ବର ୱାର୍ଡ, ଲଷ୍ମୀପୁର ବ୍ଲକର କାକେରିଗୁମ୍ମା ଓ ଉପର କୁଟିଙ୍ଗାରେ ରକ୍ତ ନମୁନା ସଂଗ୍ରହ ଆରମ୍ଭ କରିଛି। ଦୁଇଦିନଧରି ହେବାକୁ ଥିବା ଏହି ସର୍ଭେରେ ୫୨୦ ଜଣ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।ସେରୋ ସର୍ଭେ ଦ୍ଵାରା ଆଣ୍ଟିବଡି ସହ କେତେ ମାତ୍ରାରେ ଗୋଷ୍ଠୀ ସଂକ୍ରମଣ ହେଉଛି ତାହା ଜଣାପଡ଼ି ପାରିବ ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ପ୍ରଶାସକ ଡକ୍ଟର ଅରୁଣ ପାଢ଼ୀ କହିଛନ୍ତି।

Comment