ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଅପେକ୍ଷା କରିଛନ୍ତି। ପ୍ରସ୍ତୁତ ରହିଛି ବଡ଼ଦାଣ୍ଡ। ହେଲେ ଗତ ବର୍ଷ ପରି ଏଥର ମଧ୍ୟ ଭାବର ଠାକୁରଙ୍କ ରଥ ଟାଣିବାର ସୁଯୋଗ ପାଇବେନି ଭକ୍ତମାନେ। ବିନା ଭକ୍ତରେ ହେବ ରଥଯାତ୍ରା।

ରଥଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଭୋର୍‌ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲିଛି। ଭୋର୍‌ ୪.୩୦ରେ ମଙ୍ଗଳ ଆଳତୀ, ୫ଟାରେ ମଇଲମ, ତଡପଲାଗି ଓ ରୋଷହୋମ, ଭୋର୍ ୫.୩୦ରେ ଅବକାଶ, ୫.୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୬.୩୦ରୁ ୭.୩୦ ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପ, ସକାଳ ୮ଟାରେ ରଥ ପ୍ରତିଷ୍ଠା ଓ ୮.୧୫ରେ ମଙ୍ଗଳାର୍ପଣ ହୋଇଛି। ୮.୩୦ରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି।ଦିନ ୧୧.୩୦ରେ ପହଣ୍ଡି ଶେଷ ହେବ। ୧୨ଟାରୁ ସାଢ଼େ ୧୨ଟା ଭିତରେ ମଦନମୋହନ ବିଜେ, ସାଢ଼େ ୧୨ଟାରୁ ଅପରାହ୍‌ଣ ୧ଟା ଭିତରେ ଚିତାଲାଗି, ୧୨.୪୫ରୁ ଅପରାହ୍‌ଣ ୨ଟା ମଧ୍ୟରେ ଛେରାପହଁରା, ଅପରାହ୍‌ଣ ୨ଟାରୁ ୩ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ଆଦି ହେବାକୁ ଥିବା ବେଳେ ଅପରାହ୍‌ଣ ୩ଟାରୁ ରଥଟଣା ଆରମ୍ଭ ହେବ।

ଶୃଙ୍ଖଳିତ ରଥଟଣାକୁ ଦୃଷ୍ଟିରେ ପୁରୀ ସହରରେ କର୍ଫ୍ୟୁ ଲାଗୁ ହୋଇଛି। ମଙ୍ଗଳବାର ରାତି ୮ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ।Startup Story Ep-4 Nusratପ୍ରତିବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥାଏ। ବିଶ୍ୱର କୋଣ ଅନୁକୋଣରୁ ଭକ୍ତ ରଥ ଟାଣିବାକୁ ଦୌଡ଼ି ଆସିଥାନ୍ତି। ଏଥର କିନ୍ତୁ ଆର ବର୍ଷଠାରୁ କରୋନା ପାଇଁ ଭକ୍ତହୀନ ଭାବେ ଆୟୋଜିତ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। କରୋନା କଟକଣା ଭିତରେ କେବଳ ସେବାୟତମାନଙ୍କୁ ନେଇ ରଥଟଣା ହେଉଛି।

Comment