ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହେଲା ‘ମୋ ବସ୍’ ସେବା। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ସେବା ଯାତ୍ରୀମାନେ ପାଇପାରିବେ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି। ଲକଡାଉନ୍ କାରଣରୁ ଦୀର୍ଘ ଦୁଇ ମାସ ହେବ ଏହି ସେବା ବନ୍ଦ ରହିଥିଲା।

ମେ’ ମାସ ୧୯ତାରିଖରୁ ‘ମୋ ବସ୍’ ସେବା ବନ୍ଦ ରହିଥିଲା। କେବଳ ଜରୁରୀକାଳୀନ ସେବା ପାଇଁ କିଛିଟା ବସ୍ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ହୋଇଥିବା କାରଣରୁ ଆଜିଠାରୁ ୧୬ଟି ରୁଟରେ ପୁଣିଥରେ ବସ୍ ସେବା ଆରମ୍ଭ କରିବାକୁ ଅନୁମତି ମିଳିଛି।ସରକାରଙ୍କ କୋଭିଡ୍ ଗାଇଡଲାଇନ ପାଳନ କରି ବସ ଚଳାଚଳ କରିବ। କୌଣସି ବି ଯାତ୍ରୀ ବିନା ମାସ୍କରେ ଯାତ୍ରାକରିବାକୁ ଅନୁମତି ଦିଆଯିବ ନାହିଁ। ଯେତିକି ସିଟ୍, ସେତିକି ଯାତ୍ରୀ ବସରେ ଯିବେ। କେହିବି ଛିଡ଼ାହୋଇ ଯାଇପାରିବେ ନାହିଁ। ଯଦି ନିୟମ ଉଲଙ୍ଘନ କରାଯାଉଥିବା ନଜରକୁ ଆସେ, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। ସେହିପରି ଆଜିଠାରୁ କୋଭିଡ୍ କଟକଣା ଭିତରେ ରାଜ୍ୟରେ ଘରୋଇ ବସ୍ ସେବା ସ୍ଵାଭାବିକ୍ ହୋଇଛି।

Comment