ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି।

କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ବୈଠକ ଭଚ୍ୟୁଆଲ ମୋଡରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ଏହି ବୈଠକ ସହ ଯୋଡ଼ିହେବେ। ଏଥିସହ ଯେଉଁ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇଛନ୍ତି, ସେମାନେ ସେହିଠାରେ ରହି ଏହି ବୈଠକରେ ସାମିଲ ହେବେ।

ରାଜ୍ୟରେ ଭିତ୍ତିଭୂମିକର ବିକାଶ, ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାକୁ ଅନୁମୋଦନ, ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ ନିଷ୍ପତ୍ତି ଏବଂ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ନେଇ ରାଜ୍ୟ ସରକାର କ୍ରୀଡ଼ା ସମ୍ପର୍କିତ କିଛି ବଡ଼ ନିଷ୍ପତ୍ତି ବୈଠକରେ ନେଇପାରନ୍ତି ବୋଲି ସମ୍ଭାବନା ରହିଛି।

Comment