ଓଡ଼ିଶାଲାଇଭ୍ ବ୍ୟୁରୋ

matric examଯୁକ୍ତ ଦୁଇ କଳା, ଧନ୍ଦାମୂଳକ ଏବଂ ମାଦ୍ରାସା ବୋର୍ଡ ପରୀକ୍ଷା ଫଳ ଶନିବାର ଦିନ ପ୍ରକାଶ ପାଇଛି। କୋଭିଡ ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ପଦ୍ଧତି ଆଧାରରେ ମୂଲ୍ୟାୟନ ହୋଇଛି। ତେଣୁ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କର ଯଦି କିଛି ଅଭିଯୋଗ ଥିବ ତାହାର ସମାଧାନ ଲାଗି ବ୍ୟବସ୍ଥା କରିଛି ବୋର୍ଡ। ସେହିପରି ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନ୍ ମୋଡ୍‌ରେ ପରୀକ୍ଷା ଦେଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କର ଯଦି କିଛି ଅଭିଯୋଗ ଥିବ, ତେବେ ଅଗଷ୍ଟ ୨୩ ତାରିଖ ପୂର୍ବରୁ ସେମାନେ ନିଜ ନିଜର କଲେଜର ଅଧ୍ୟକ୍ଷଙ୍କୁ ଉପଯୁକ୍ତ ପ୍ରମାଣ ସହ ତାହା ଜଣାଇବେ। ଏହାପରେ ଅଧ୍ୟକ୍ଷମାନେ ସେହି ପ୍ରମାଣକୁ ଆଧାର କରି ଅଗଷ୍ଟ ୨୪ରେ ବୋର୍ଡକୁ ମେଲ୍ କରିବେ। ଏହାପରେ ବୋର୍ଡ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ନେଇ ଥିବା ଅଭିଯୋଗର ସମାଧାନ କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।ସେହିପରି ପରୀକ୍ଷା ଫଳକୁ ନେଇ ଯଦି ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥାଆନ୍ତି, ତେବେ ସେମାନେ ଅଫଲାଇନ୍‌ ମୋଡ୍ ବା ଶ୍ରେଣୀକକ୍ଷରେ ବସି ପରୀକ୍ଷା ଦେଇପାରିବେ। ଏଥି ନିମନ୍ତେ ଗତ ଜୁଲାଇ ୩୦ରେ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ କେଉଁଦିନ ଅଫଲାଇନ୍‌ରେ ପରୀକ୍ଷା କରାଯିବ ତାହାର ସବିଶେଷ ତଥ୍ୟଯୁକ୍ତ ବିଜ୍ଞପ୍ତି ଆସନ୍ତା ୩୦ ତାରିଖ ସୁଦ୍ଧା ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comment