ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଅଗଷ୍ଟ ୧୫, ଆମ ଦେଶର ସ୍ଵାଧୀନତା ଦିବସ। ୧୯୪୭ ମସିହା ଆଜିର ଦିନରେ ଇଂରେଜ ଶାସନରୁ ମୁକୁଳି ସ୍ଵାଧୀନ ରାଷ୍ଟ୍ର ହୋଇଥିଲା ଆମ ଦେଶ ଭାରତ। ଏହି ଐତିହାସିକ ଦିନଟିକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ସ୍ଵାଧୀନତା ଦିବସ ପାଳନ କରିଥାଉ। ଏଥରର ସ୍ଵାଧୀନତା ଦିବସ ସ୍ଵତନ୍ତ୍ର। କାହିଁକି ନା ଏଥର ଆମେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛେ। କିନ୍ତୁ କୋଭିଡ କଟକଣା ପାଇଁ ଦେଶର ଏହି ଜାତୀୟ ପର୍ବକୁ ନିରାଡମ୍ଵର ଭାବେ ପାଳନ କରାଯାଇଛି।  

ଆଜି ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉଡ଼ାଇ ଦେଶବାସୀଙ୍କୁ ସମ୍ଵୋଧିତ କରିଛନ୍ତି। ମାତ୍ର ବିଗତ ବର୍ଷମାନଙ୍କ ଅପୋକ୍ଷା ଏ ବର୍ଷ ଫିକା ପଡ଼ିଯାଇଛି ଆମ ଜାତୀୟ ଉତ୍ସବ। ସାରା ବିଶ୍ଵକୁ ଘାରିଥିବା ମହାମାରୀ କରୋନା ଦାଉରେ ସବୁ ପାଲଟିଛନ୍ତି ଗୃହବନ୍ଦୀ। ହାତଗଣତି କେତେକ ବ୍ୟକ୍ତିଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ ହୋଇଛି।ସବୁକିଛି ହୋଇଯାଇଛି ଭର୍ଚୁଆଲ। ଅନଲାଇନ ମାଧ୍ୟମ ଯୋଗେ ଘରେ ରହି ସଭିଏଁ ମନେଇଛନ୍ତି ସ୍ଵାଧୀନତା ଦିବସ। ସର୍ବୋପରି କହିଲେ ସ୍ଵାଧୀନଭାବେ ପାଳନ ହୋଇନି ଏ ବର୍ଷ ସ୍ଵାଧୀନତା ଦିବସ। ସ୍କୁଲ କଲେଜରେ ଏହି ଦିବସରେ ସାମିଲ ହୋଇ ନାହାଁନ୍ତି ଛାତ୍ରଛାତ୍ରୀ।

Comment