ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବା ଫଳରେ ଓଡ଼ିଶାର ଅନେକ ସ୍ଥାନରେ ଗତ ୨୪ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ମୌସୁମୀ ଜନିତ ନିମ୍ନ ଚାପରେଖା ଯୋଗୁଁ ଉପକୂଳବର୍ତ୍ତି ଅଞ୍ଚଳରେ ପାଗ ମେଘୁଆ ରହିଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଦେବଗଡ଼ ଜିଲ୍ଲାର ବାରକୋର୍ଟଠାରେ ସର୍ବାଧିକ ବର୍ଷା ୫୫.୬ ମିଲିମିଟର ରେକର୍ଡ କରାଯାଇଛି। ତେବେ ଶୁକ୍ରବାରଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ପାଇଁ କୌଣସି ସତର୍କତା ଜାରି କରାଯାଇନଥିବା ବିଭାଗ ତରଫରୁ ସୂଚନା ମିଳିଛି।

ଜୁନ୍ ୧ ତାରିଖରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ରାଜ୍ୟରେ ୭୯୭.୯ ମିଲିମିଟର ବର୍ଷା ହେବାକଥା, କିନ୍ତୁ ଏହି ସମୟ ମଧ୍ୟରେ ୫୬୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ ରହିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୫ଟି ଜିଲ୍ଲାରେ ସ୍ବାଭାବିକ୍ ବର୍ଷା ହୋଇଥିବା ଜଣାପଡ଼ିଛି। ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବାବେଳେ ଭଦ୍ରକରେ ୫୨, କେନ୍ଦୁଝରରେ ୪୨ ପ୍ରତିଶତ ଏବଂ ବଲାଙ୍ଗିରରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comment