ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ଇତିହାସରେ ପ୍ରଥମଥର ପାଇଁ ୯ଜଣ ବିଚାରପତି ଏକା ସାଙ୍ଗରେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଜର୍ଜ ସାମିଲ ରହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନା ଏହି ୯ ଜଣିଆ ତାଲିକାରେ ଅଛନ୍ତି। ନୂଆ ବିଚାରପତିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମଣା।

କରୋନା ନିୟମ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମଥର ପାଇଁ ଶପଥ ଗ୍ରହଣ ସମାରୋହ ସୁପ୍ରିମକୋର୍ଟ ପରିସର ବାହାରେ ଅନୁଷ୍ଠିତ ହୋଇଯାଇଛି।

କିଛି ଦିନ ତଳେ କଲେଜିୟମରେ ୯ବିଚାରପତିଙ୍କ ନାମ ସୁପାରିସ କରାଯାଇଥିଲା। ପରେ ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ କେନ୍ଦ୍ର ସରକାରଙ୍କର ମଞ୍ଜୁରୀ ମିଳିଥିଲା।

ମଙ୍ଗଳବାର ଶପଥ ନେଇଥିବା ୯ ବିଚାରପତିମାନେ ହେଲେ ଜଷ୍ଟିସ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେ.କେ ମାହେଶ୍ବରୀ, ଜଷ୍ଟିସ ହିମା କୋହଲି, ଜଷ୍ଟିସ ବି.ଭି ନାଗରତ୍ନ, ଜଷ୍ଟିସ ସିଟି ରବିକୁମାର, ଜଷ୍ଟିସ ଏମ ଏମ ସୁନ୍ଦରେସ, ଜଷ୍ଟିସ ବେଲା ଏମ ତ୍ରିବେଦୀ, ଜଷ୍ଟିସ ପିଏସ ନରସିଂହ୍ମା।ଶପଥ ନେଲେ ୩ ମହିଳା ଜଜ୍

ସୁପ୍ରିମକୋର୍ଟ ଇତିହାସରେ ଶପଥ ନେଇଥିବା ୯ ବିଚାରପତିମାନଙ୍କ ମଧ୍ୟରେ ୩ଜଣ ମହିଳା ବିଚାରପତି ସାମିଲ ରହିଛନ୍ତି। ଏମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ବରିଷ୍ଠ ବିଚାରପତି ଜଷ୍ଟିସ ନାଗରତ୍ନା ରହିଛନ୍ତି। ସେହିପରି ଗୁଜୁରାଟ ହାଇକୋର୍ଟ ପଞ୍ଚମ ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ମଧ୍ୟ ସୁପ୍ରିମକୋର୍ଟ ଜଜ୍ ଭାବେ ଶପଥ ନେଇଛନ୍ତି।

Comment