ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟ ଏକ ଗରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ହିନ୍ଦୁ ମହିଳାଙ୍କ ବିବାହ ମୁସଲମାନ ପୁରୁଷଙ୍କ ସହିତ ହେବା ବୈଧ ନୁହେଁ। କିନ୍ତୁ ଏମିତି ବିବାହ କରିଥିବା ଦମ୍ପତ୍ତିଙ୍କଠାରୁ ଜନ୍ମ ନେଉଥିବା ସନ୍ତାନ ବୈଧ ଅଟନ୍ତି।

ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଏମିତି ବିବାହ କରିଥିବା ଦମ୍ପତ୍ତିଙ୍କ ସନ୍ତାନ ସେତିକି ବୈଧ ଯେତିକି ବୈଧ ବିବାହର ସନ୍ତାନ ହୋଇଥାଏ। ଏହା ସହିତ ସେ ସନ୍ତାନ ତା ପିତାଙ୍କ ସମ୍ପତ୍ତିର ଉତ୍ତାରଧିକାରୀ ବି ହୋଇପାରିବ।

ଜଷ୍ଟିସ୍‌ ଏନବି ରମଣ ଓ ଜଷ୍ଟିସ୍ ଏମ ଏମ ସାନ୍ତଗୌଦରଙ୍କ ଖଣ୍ଡପୀଠ କେରଳ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି। ଯେଉଁଥିରେ କୁହାଯାଇଥିଲା କି,”ଜଣେ ହିନ୍ଦୁ ମହିଳା ଓ ଜଣେ ମୁସଲମାନ ପୁରୁଷକୁ ବିବାହ କରିଥିଲେ , ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ବୈଧ ଅଟେ ଏବଂ ନିୟମ ଅନୁସାରେ ସେ ସନ୍ତାନ ତା ପିତା ସମ୍ପତ୍ତିର ଉତ୍ତାରାଧିକାରୀ ହେବ। ”

ଖଣ୍ଡପୀଠ ଅନୁସାରେ,”ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ, ଯଦି କୌଣସି ମହିଳା ମୂର୍ତ୍ତି ପୂଜା କରୁଛି କିମ୍ବା ଅଗ୍ନିକୁ ପୂଜା କରୁଛି। ସେ ମହିଳା ମୁସଲମାନ ପୁରୁଷଙ୍କୁ ବିବାହ କଲେ ସେ ବିବାହ ବୈଧ କିମ୍ବା ଆଇନ ସମ୍ମତ ନୁହେଁ। ଏହା କେବଳ ଏକ ଆଇନ ଅମାନ୍ୟ ବିବାହ। ମାତ୍ର ଏମିତି ବିବାହରୁ ଜନ୍ମ ନେଉଥିବା ସନ୍ତାନ ତା ପିତା ସମ୍ପତ୍ତିର ହକଦାର ଅଟେ।”

ଏ ମାମଲା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏମିତି ଏକ ବିବାହରୁ ଜନ୍ମ ନେଇଥିବା ସନ୍ତାନ ସମସୁଦ୍ଦିନ ପିତା ଇଲିୟାସଙ୍କ ମୃତ୍ୟୁ ପରେ ସମ୍ପତ୍ତିରୁ ନିଜ ହକ୍‌  ମାଗିଥିଲେ। ସେତେବେଳେ ସମସୁଦ୍ଦିନଙ୍କ ସମ୍ପର୍କିୟ ପଡୋଶୀ ତାଙ୍କୁ ଅବୈଧ କହିଥିଲେ। ଯାହା ପରେ ସେ କୋର୍ଟରେ ଆବେଦନ କରିଥିଲେ।

Comment