ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେବ। ସେହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା।

  • ରବିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା
  • ତୀବ୍ର ଅବପାତରେ ଗୋପାଳପୁରଠାରୁ ୪୧୦ କିଲୋମିଟର ଦୂରରେ ରହିଛି
  • କଳିଙ୍ଗପଟ୍ଟନମର ପୂର୍ବ ଉତ୍ତର ପୂର୍ବ ଦିଗରୁ ୪୮୦ କିଲୋମିଟର ଦୂରରେ ଅଛି
  • ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ଗଭୀର ଅବପାତ
  • ୬ ଘଣ୍ଟା ହେବ ୧୪ କିମି ବେଗରେ ଗତି କରୁଛି ଗଭୀର ଅବପାତ
  • ସେପ୍ଟେମ୍ବର ୨୬ ସନ୍ଧ୍ୟାରେ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରେ ସ୍ଥଳଭାଗ ଛୁଇଁବ
  • ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ ରୁ ୯୫ କିଲୋମିଟର ରହିବ
  • ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ କ୍ଷୟକ୍ଷତି ହେବ
  • ସେପ୍ଟେମ୍ବର ୨୬ ଓ ୨୭ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ
  • ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ସମୁଦ୍ର ଅଶାନ୍ତ ଥିବାରୁ ଶନିବାର ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

LEAVE A REPLY

Please enter your comment!
Please enter your name here