ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ବ୍ୟତୀତ ଫିଲ୍ମ ଦୁନିଆରେ ବି ଭାଗ୍ୟ ପରୀକ୍ଷା କରିଛନ୍ତି ଏହି ଖେଳାଳି।
ଭାରତୀୟ କ୍ରିକେଟ ଜଗତର କିଛି ଖେଳାଳି, କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫିଲ୍ମ ଦୁନିଆରେ ପାଦ ରଖିଛନ୍ତି। ଖାସ କଥା କ୍ରିକେଟ ପଡ଼ିଆରେ ଯେମିତି ସେମାନଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଛି, ପରଦା ଉପରେ ବି ସେତିକି ପ୍ରଶଂସା ସାଉଣ୍ଟିଛନ୍ତି।
ହରଭଜନ ସିଂହ
ହରଭଜନଙ୍କ ପ୍ରଥମ ଫିଲ୍ମ ‘ଫ୍ରେଣ୍ଡସିପ୍’ରେ ଲଭ୍, ରୋମାନ୍ସ, ଆକ୍ସନ,ଡ୍ୟାନ୍ସ ସବୁ କିଛି ରହିଛି। ଫିଲ୍ମଟିକୁ ଜନ ପଲ୍ ରାଜ୍, ଶାମ ସୂର୍ଯ୍ୟା ନିର୍ଦ୍ଦେଶନା ଦେଇଛନ୍ତି। ହରଭଜନଙ୍କ ବ୍ୟତୀତ ଏଥିରେ ଅର୍ଜୁନ ସାରଜା ମଧ୍ୟ ଅଛନ୍ତି।
ଅଜୟ ଜାଡେଜା
୯୦ ଦଶକରେ ଭାରତୀୟ କ୍ରିକେଟ ଦଳରେ ଜଣେ ପ୍ରମୁଖ ଖେଳାଳି ଥିଲେ ଅଜୟ ଜାଡେଜା। କିନ୍ତୁ ମ୍ୟାଚ୍ ଫିକ୍ସିଂ ଘଟଣା ତାଙ୍କ କ୍ୟାରିୟରକୁ ବରବାଦ କରିଦେଇଥିଲା। ଏହାପରେ ସେ ଫିଲ୍ମରେ ଏଣ୍ଟ୍ରି ମାରିଥିଲେ। ୨୦୦୩ରେ ବଲିଉଡ ଫିଲ୍ମ ‘ଖେଲ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା।
ଇରଫାନ ପଠାନ
କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଥିବା ଭାରତୀୟ କ୍ରିକେଟର ଇରଫାନ ପଠାନ କ୍ରିକେଟରୁ ଅବସର ନେବା ପରେ ଏବେ ସେ ଅଭିନୟ ଦୁନିଆରେ ଡେବ୍ୟୁ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ତାମିଲ୍ ଫିଲ୍ମ ହେଲା ‘କୋବ୍ରା’।
ଜଣେ ଇଣ୍ଟରପୋଲ୍ ଅଧିକାରୀ ଅସ୍ଲାନ୍ ୟିଲ୍ମାଜ ଚରିତ୍ରରେ ଏହି ଫିଲ୍ମରେ ଅଭିନୟ କରିଛନ୍ତି ଇରଫାନ। ତାମିଲ୍ ସୁପରଷ୍ଟାର ବିକ୍ରମ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।
ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଗନନମୁଥୁ। ଫିଲ୍ମର ନିର୍ମାତା ହେଲେ ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓ। ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଏ.ଆର୍. ରେହେମାନ୍। ୨୦୨୧ରେ ଫିଲ୍ମଟି ରିଲିଜ ହେବ ବୋଲି ଜଣାପଡ଼ିଛି।
ଯୁବରାଜ ସିଂହ
ଭାରତୀୟ କ୍ରିକେଟ ଦଳରେ ସାମିଲ ହେବା ପୂର୍ବରୁ ଯୁବରାଜ ସିଂ ତାଙ୍କ ବାପା ଯୋଗରାଜ ସିଂଙ୍କ ସହିତ ପଞ୍ଜାବୀ ଫିଲ୍ମରେ ଶିଶୁ କଳାକାର ଭାବରେ ନଜର ଆସିଛନ୍ତି। ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଯବୁରାଜ ସିଂହ ଭାରତୀୟ କ୍ରିକେଟ ଦୁନିଆର ବଡ଼ ନାଁ।
କପିଲ ଦେବ
କିମ୍ବଦନ୍ତୀ କ୍ରିକେଟ ଖେଳାଳି କପିଲ ଦେବଙ୍କୁ ମଧ୍ୟ କ୍ରିକେଟ ପଡ଼ିଆ ବାହାରେ ସଫଳତା ମିଳିଥିଲା। କପିଲ “ଇକବାଲ”, “ମୁଜସେ ଶାଦି କରୋଗେ” ଏବଂ “ଷ୍ଟମ୍ପଡ” ଭଳି ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।