ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କ୍ଲବର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ। ସେ ୭୭୬ ଭୋଟରେ ବିଜୟ ଲାଭ କରିଛନ୍ତି।

ଅସିତ୍ ତ୍ରିପାଠୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଛି। କ୍ଲବର ସଦସ୍ୟମାନେ ଅସିତ୍ ତ୍ରିପାଠୀଙ୍କୁ ୭୭୬ ଭୋଟ ଦେଇଥିବାବେଳେ ବିଜୟ କୁମାରଙ୍କୁ ୪୯୮ ଭୋଟ ଦେଇଥିଲେ। ଫଳରେ ଅସିତ୍ ତ୍ରିପାଠୀ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି।

ଦୀର୍ଘ ୩୦ ବର୍ଷ ହେବ କ୍ଲବର ଦାୟିତ୍ଵ ତୁଲାଇ ଆସୁଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ୨୦୨୦ ମସିହାରେ ମୃତ୍ୟୁ ହେବାପରେ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଗତ ଦୁଇ ଦିନ ଧରି ଚାଲିଥିଲା। ଆଜି ଏହାର ଫଳାଫଳ ପ୍ରକାଶ ପାଇଛି।

Comment