ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିଭିନ୍ନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସନ୍ଥକବି ଭୀମଭୋଇଙ୍କ ଜୀବନୀ ସମ୍ପର୍କରେ ପଢ଼ିବେ। ଖୁବଶୀଘ୍ର ବିଶ୍ଵ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଛି ସନ୍ଥକବି ଭୀମଭୋଇଙ୍କ ଜୀବନୀ। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, “ଭୀମଭୋଇଙ୍କ ସାହିତ୍ୟ ଓ ଦର୍ଶନ ଉପରେ ଯେତିକି ଗବେଷଣା ହେବା କଥା ତାହା ହୋଇନାହିଁ। ତାଙ୍କ ଜୀବନୀ ଉପରେ ଆହୁରି ଉଚ୍ଚତର ଗବେଷଣା କରାଯିବ। ସେଥିପାଇଁ ୟୁଜିସିର ପାଠ୍ୟକ୍ରମ ଏବଂ ଦାର୍ଶନିକମାନଙ୍କ ତାଲିକାରେ ସନ୍ଥକବି ଭୀମଭୋଇଙ୍କୁ ଅଗ୍ରାଧିକାର ଦିଆଯିବ।”

ସେ ଆଉ ମଧ୍ୟ କହିଛନ୍ତି, “ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୟୁଜିସି ତରଫରୁ ଭୀମଭୋଇଙ୍କ ନାଁରେ ଚେୟାର ପ୍ରତିଷ୍ଠା କରାଯିବ। ଏଥି ସହିତ ବିଭିନ୍ନ ରାଜ୍ୟରେ ମଧ୍ୟ ଚେୟାର ପ୍ରତିଷ୍ଠା କରାଯିବ ଏବଂ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଷ୍ଠା କରିବାର ବ୍ୟବସ୍ଥା ହେବ।”

ଜାତିର ପିତା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଶନିବାର ରେଢ଼ାଖୋଲ ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ଜୀବନୀ ସମ୍ପର୍କରେ କହିଥିଲେ। ଏଥି ସହିତ ରେଢାଖୋଲଠାରେ ଏକ ପଦଯାତ୍ରାରେ ଯୋଗ ଦେଇଥିଲେ।

Comment