ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ଭବାନୀପୁର ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ମମତା ବାନାର୍ଜୀ। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କଠାରୁ ୫୮ ହଜାର ୮୩୨ ଭୋଟରେ ଆଗୁଆ ରହି ଭବାନୀପୁର ଭବାନୀପୁର କବ୍ଜା କରିଛନ୍ତି ଦିଦି। ସେଠାରେ ବିଜେପି ପ୍ରାର୍ଥୀଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଛି।

ଭବାନୀପୁର ଆସନ ମମତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। କାରଣ ଏହି ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥାନ୍ତା। କିନ୍ତୁ ସେ ଏହି ଆସନରୁ ବିପୁଳ ମାତ୍ରାରେ ସମର୍ଥନ ପାଇ ନିଜ ପଦ ବଜାଇ ରଖିପାରିଛନ୍ତି।

ଚଳିତ ବର୍ଷ ସେ ୨୦୧୧ ମସିହାର ବିଜୟ ବ୍ୟବଧାନ ଅତିକ୍ରମ କରିଛନ୍ତି। ୨୦୧୧ରେ ୫୪ ହଜାର ୨୧୩ ଭୋଟ ବ୍ୟବଧାନରେ ଜିତିଥିବାବେଳେ ଏବର୍ଷ ୫୮ ହଜାର ୮୩୨ ଭୋଟରେ ବିଜୟ ଲାଭ କରିଛନ୍ତି। ସେହିପରି ଅନ୍ୟ ଦୁଇଟି ବିଧାନସଭା ଆସନରେ ମଧ୍ୟ ଟିଏମସି ଆଗରେ ରହିଛି। ମମତାଙ୍କୁ ମୋଟ ୮୪ ହଜାର ୭୦୯  ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୨୬ ହଜାର ୩୨୦ ଭୋଟ ମିଳିଛି।

ମମତା ବାନାର୍ଜୀଙ୍କ ବିଜୟରେ ତାଙ୍କ ସମର୍ଥକମାନେ ନାଚି, ଗାଇ, ମିଠା ଖୁଆଇ ଉତ୍ସବ ମନାଉଛନ୍ତି। ଏହି ବିଜୟକୁ ରାଜନୀତିକ ମହଲରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ରେକର୍ଡ ବିଜୟ ବୋଲି କୁହାଯାଉଛି।

Comment