ଓଡ଼ିଶାଲାଇଭ୍ ବ୍ୟୁରୋ

ପାନାମା ଲିକ୍ ପରେ ଏବେ ପାଣ୍ଡୋରା ପେପର ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଭାରତ ସମେତ ବିଶ୍ଵର ଅନେକ ଶକ୍ତିଶାଳୀ ବ୍ୟକ୍ତିମାନେ ସାମିଲ ଥିବା ଜଣାପଡ଼ିଛି। ବ୍ୟବସାୟୀ, ଧନୀକ ଶ୍ରେଣୀର ଲୋକ, ବିଶିଷ୍ଟ ବ୍ୟକ୍ତିମାନେ କିଭଳି ନିଜ ଦେଶରୁ ଟିକସ ଫାଙ୍କି ଅନ୍ୟ ଦେଶରେ ନିବେଶ କରିଛନ୍ତି, ସେହି ସବୁ ତଥ୍ୟ ଏହି ପେପର ମାଧ୍ୟମରେ ଜଣାପଡ଼ିଛି। ଭାରତର ପ୍ରାୟ ୩୦୦ରୁ ଅଧିକ ନେତା, ବ୍ୟବସାୟୀ, ଧନୀ ବ୍ୟକ୍ତି, ସେଲିବ୍ରିଟି, ଖେଳାଳି ଏହି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ତେବେ ଏହି ପାଣ୍ଡୋର ପେପର କ’ଣ, ଚର୍ଚ୍ଚିତ ବ୍ୟକ୍ତିମାନେ ଏଥିରେ କାହିଁକି ସାମିଲ ହୋଇଛନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାଣ୍ଡୋରା ପେପର କ’ଣ?

ଅନ୍ତର୍ଜାତୀୟ ସାମ୍ବାଦିକ ଫୋରମରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଯାହାକୁ ପାଣ୍ଡୋରା ପେପର କୁହାଯାଏ। ପାଖାପାଖି ୧୦୦ରୁ ଅଧିକ ଦେଶର ସାମ୍ବାଦିକମାନେ ସାମିଲ ହୋଇ ଏହାର ପ୍ରସ୍ତୁତି ବା ତଦନ୍ତ କରିଥାନ୍ତି। ଏହି ରିପୋର୍ଟ ପ୍ରସ୍ତୁତ ପାଇଁ ୧ବର୍ଷ ସମୟ ଲାଗିଥାଏ। ୨୦୧୬ରେ ପାନାମା ପେପର ଜାରି କରିଥିବା ସଂସ୍ଥା ଆଇସିଆଇଜେ ପକ୍ଷରୁ ପାଣ୍ଡୋରା ପେପର ଜାରି କରାଯାଇଛି। ଆର୍ଥୀକ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ପର୍ଦ୍ଦାଫାସ୍ ବୋଲି ଆଇସିଆଇଜେ ପକ୍ଷରୁ ଦାବି କରାଯାଇଛି। ସୂଚନା ଅନୁସାରେ ବିଶ୍ଵର ୧୨ କୋଟି ଦସ୍ତାବିଜକୁ ଯାଞ୍ଚ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୧୭ଟି ଦେଶର ୬୦୦ ସାମ୍ବାଦିକ ଏହି ତଦନ୍ତରେ ସାମିଲ ଥିଲେ ବୋଲି ଜଣାପଡ଼ିଛି।

ପାଣ୍ଡୋରା ପେପରରେ ଥିବା ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ

ପାଣ୍ଡୋରା ପେପର୍ସରେ ଭାରତ ସମେତ ବିଶ୍ଵର ଅନେକ ଦେଶର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଅଛି। ସେମାନଙ୍କ ମଧ୍ୟରୁ ୬୦ଟି ପ୍ରମାଣ ସଂଗ୍ରହ କରାଯାଇ ଅନୁସନ୍ଧାନ କରାଯାଉଛି। ଆଗାମୀ ଦିନରେ ଏଗୁଡିକ ପ୍ରକାଶ କରାଯିବ। ପାଣ୍ଡୋରା ପେପରରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି।

ତଥ୍ୟ ଅନୁସାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, କେନିଆ ଓ ଇକ୍ବେଡରର ରାଷ୍ଟ୍ରପତି, ଚେକ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଟୋନେ ବ୍ଲେୟର ମଧ୍ୟ ଏହି ଘଟଣାରେ ସାମିଲ ଅଛନ୍ତି। ସେହିପରି ରୁଷ, ମେକ୍ସିକୋ, ଆମେରିକା ସମେତ ବିଶ୍ଵର ପ୍ରାୟ ୧୩୦ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପାଣ୍ଡୋରା ତଥ୍ୟ ଲିକ ତାଲିକାରେ ରହିଛି।

Comment