ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିଭିନ୍ନ ସ୍ଥାନରେ ପାଳିତ ହୁଏ ଦୀପାବଳି। କିନ୍ତୁ ସବୁ ଜାଗାରେ ଦୀପାବଳିର ମହତ୍ତ୍ୱ ଏବଂ ପରମ୍ପରା ଭିନ୍ନ। ତେବେ ଏମିତି କେତେକ ଜାଗା ରହିଛି ଯେଉଁଠାରେ କିଛି ନିଆରା ଢ଼ଙ୍ଗରେ ଏହାକୁ ପାଳନ କରାଯାଏ।

କଲିକତା: ପଶ୍ଚିମବଙ୍ଗର କୋଣ ଅନୁକୋଣରେ ଦୀପାବଳି ଦିନ ମା’କାଳୀଙ୍କୁ ଆରାଧନା କରାଯାଏ। ମା’କାଳୀ ଏହି ଦିନ ଦାନବ ତଥା ରାକ୍ଷସଙ୍କୁ ବଦ୍ଧ କରିଥିଲେ ବୋଲି କୁହାଯାଇଛି। ମା’ କାଳୀଙ୍କ ନାମ ଅନୁଯାୟୀ କଲିକତା ସହର କାଳୀକ୍ଷେତ୍ର  ନାମରେ ନାମିତ।  ପଶ୍ଚିମବଙ୍ଗ ବ୍ୟତୀତ ଓଡ଼ିଶାର କେତେକ ଭାଗ, ତ୍ରିପୁରା ଓ ଆସାମରେ ଦିପାବଳୀ ଦିନ କାଳୀ ପୂଜା ପାଳନ କରାଯାଏ। କଲିକତାର କାଳୀଘାଟ, ବେଲୁର୍‌ ମଠ ଏବଂ ଦକ୍ଷିଣେଶ୍ୱର କାଳ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୁଏ।

ଅମୃତସର: ଦିପାବଳୀ ଏବଂ ବୈଶାଖୀ, ଶିଖ୍ ସମୁଦାୟର ଦୁଇଟି ପ୍ରମୁଖ ପର୍ବ ଅଟେ। ୧୫୭୭ ମସିହାରେ ଦିପାବଳୀ ସମୟରେ ଅମୃତସରର ସୁନା ମନ୍ଦିରକୁ ପ୍ରତିଷ୍ଠିତ କରାଯାଇଥିଲା। ତେଣୁକରି ଏହିଦିନ ସୁନା ମନ୍ଦିରକୁ ଖୁବ୍ ସୁନ୍ଦର ଭାବେ ଆଲୋକ ରଶ୍ମିରେ ସୁସଜ୍ଜିତ କରାଯାଏ।

ଶିଖ୍ ସମୁଦାୟ ଏହି ଦିନ କୌଣସି ଭଗବାନଙ୍କୁ ପୂଜା କରନ୍ତି ନାହିଁ। ଶିଖ୍ ଧର୍ମର ଷଷ୍ଠ ଧର୍ମଗୁରୁ ହର୍‌ଗୋବିନ୍ଦ୍‌ ସାହେବଙ୍କ ଘରବାହୁଡ଼ା ସ୍ମୃତି ଭାବେ ପାଳନ କରନ୍ତି। ୧୬୨୯ ମସିହାରେ ଦିପାବଳୀ ଦିନ ଶିଖ୍ ଧର୍ମଗୁରୁ ହର୍‌ଗୋବିନ୍ଦ୍‌ ସମ୍ରାଟ ଜାହାଙ୍ଗିର୍‌ଙ୍କ ବନ୍ଦୀଶାଳାରୁ ମୁକ୍ତ ହୋଇଥିଲେ। ସେହି ଦିନ ଠାରୁ ଅମୃତସରରେ ଦୀପାବଳି ପାଳନ ଆରମ୍ଭ ହୋଇଥିଲା।

ଗୋଆ: ଦୀପାବଳି ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିବା ଖୁସି ପାଳନ କରାଯାଏ ଗୋଆରେ। ଗୋଆ ବାସିନ୍ଦା ଦୀପାବଳି ପୂର୍ବଦିନ ଦିନ କାଗଜରେ ବଡ଼ ବଡ଼ ନରକାସୁର ପ୍ରତିମା ତିଆରି କରି ଦହନ କରନ୍ତି। ଏହାକୁ “ନରକ ଚତୁର୍ଦଶୀ” ବୋଲି ମଧ୍ୟ କୁହାଯାଇଥାଏ।

ଗୁଜୁରାଟ: ଗୁଜୁରାଟରେ ବି ଦୀପାବଳି ଦିନ ହେଲା ବର୍ଷର ଶେଷ। ଦିପାବଳୀ ପରଦିନ ଠାରୁ ଆରମ୍ଭ ହୁଏ ନୂଆବର୍ଷ ବା ବାସ୍ତୁ ବର୍ଷ।

ବାରାଣାସୀ: ବାରାଣାସୀରେ ଦିପାବଳୀକୁ ଦେବ ଦିପାବଳୀ ଭାବେ ପାଳନ କରାଯାଏ।

ଗଙ୍ଗା ନଦୀ କୂଳରେ ଏହିଦିନ ସନ୍ଧ୍ୟାରେ ଏକପ୍ରକାର ପ୍ରମୁଖ ଗଙ୍ଗା ଆଳତୀର ଆୟୋଜନ କରାଯାଏ। ହଜାର ହଜାର ଦୀଅ ଆଲୁଅ ଚମକି ଉଠେ ଗଙ୍ଗା ନଦୀ କୂଳ। ହଜାର ହଜାର ଭକ୍ତ ଓ ପୂଜକ ମା’ ଲକ୍ଷ୍ମୀ ଓ ଗଙ୍ଗା ମାତାଙ୍କୁ ଆରାଧନା କରନ୍ତି।

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ଏହାକୁ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ବାହୁଡ଼ା ପର୍ବ ଭାବେ ପାଳନ କରାଯାଏ।

LEAVE A REPLY

Please enter your comment!
Please enter your name here