ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପାବଳି ପରେ ରାଜ୍ୟରେ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଚାର କରୁଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

‘‘ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରୁଛୁ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଉପରେ ବିଚାର କରାଯିବ। ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲି ସାରିଥିବ ବୋଲି ଆଶା କରୁଛୁ”, କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଅନଲାଇନ୍‌ ମୋଡରେ ପାଠ ପଢ଼ୁଥିଲେ। ଗତ କିଛି ଦିନ ହେଲା ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଛି। ପିଲାମାନେ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି।

LEAVE A REPLY

Please enter your comment!
Please enter your name here