ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୁ ଧର୍ମରେ ଏକ ପ୍ରମୁଖ ପର୍ବ ହେଲା ଦୀପାବଳି। ସାରାଦେଶରେ ପ୍ରତିବର୍ଷ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ। ଦୀପାବଳି ଆସିବା ପୂର୍ବରୁ ହିଁ ଲୋକେ ଘରକୁ ସଜାଇବା ଆରମ୍ଭ କରିଦେଇଥାନ୍ତି। ତେବେ ଆପଣ ଜାଣନ୍ତି କି ଏହି ପର୍ବରେ କାହିଁକି ଘରକୁ ଆଲୋକମାଳାରେ ସଜାଯାଇଥାଏ?

ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ।

କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମୀ ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।

ଆଗକାଳରେ କେବଳ ମାଟି ଦୀପ ଜାଳି ଦୀପାବଳି ପର୍ବ ପାଳନ କରାଯାଉଥିଲା। କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ରଙ୍ଗୀନ ମାଟି ଦୀପ, ରଙ୍ଗୀନ କ୍ୟାଣ୍ଡେଲ୍ ଏବଂ ବିଭିନ୍ନ ରଙ୍ଗର ଲିଚୁ ଲାଇଟ୍ ଜାଳି ଘରକୁ ସଜାଉଛନ୍ତି।

LEAVE A REPLY

Please enter your comment!
Please enter your name here