ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁ କୁନ୍ନୁର ନିକଟରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ୍ ଏବଂ କିଛି ସେନା କର୍ମଚାରୀ ଥିଲେ। ଦୁର୍ଘଟଣାସ୍ଥଳରୁ ୪ଟି ମୃତଦେହ ସମେତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଥିରେ ସିଡିଏସ୍ ବିପିନ ରାଓ୍ଵତ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟ ମୃତକଙ୍କ ପରିଚୟ ଏଯାଏଁ ମିଳି ନାହିଁ। ତେବେ କେଉଁ କାରଣ ଏବଂ କେଉଁ ପରିସ୍ଥିତିରେ ହେଲିକପ୍ଟରଟି କ୍ରାସ୍ ହେଲା ତାହାର ତଦନ୍ତ କରିବାକୁ ବାୟୁସେନା ନିର୍ଦ୍ଦେଶ ଦେଇଛି।  ବୁଧବାର ସିଡିଏସ୍ ବିପିନ ରାଓ୍ଵତ୍‌, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ୍, ବ୍ରିଗେଡିୟର ଏଲ୍ ଏସି ଲିଡର, ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହଙ୍କ ସମେତ ମୋଟ୍ ୧୪ ଜଣ ବାୟୁ ସେନାର ଏକ ଚପର ହେଲିକପ୍ଟରରେ ଓ୍ଵେଲିଟେନ୍ ଏୟାରବେସ୍ ଅଭିମୁଖେ ଯାତ୍ରା କରୁଥିଲେ। ମଧ୍ୟାହ୍ନ ସମୟରେ ତାମିଲନାଡୁର କୁନ୍ନୁର ନିକଟରେ କୌଣସି କାରଣରୁ ହେଲିକପ୍ଟରଟି କ୍ରାସ୍ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here