ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଢ଼ିଲା ସଂକ୍ରମଣ ଭୟ
  • ଜଗତସିଂହପୁର ଓ ଖୋର୍ଦ୍ଧାରୁ ଆସିଲା ପ୍ରଥମ ମାମଲା
  • ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ
  • ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୫୦ ଟପିଲା

ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଦୁଇଜଣ ଓମିକ୍ରନ ଆକ୍ରାନ୍ତ। ଦୁଇଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜଗତସିଂହପୁରର ଓ ଜଣେ ଖୋର୍ଦ୍ଧା ଜିଲ୍ଲାର। ଆକ୍ରାନ୍ତ ଦୁଇଜଣ ବିଦେଶରୁ ଫେରିଛନ୍ତି। ଓଡ଼ିଶାରେ ଚିହ୍ନଟ ଆକ୍ରାନ୍ତଙ୍କ ସମ୍ପର୍କରେ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁସାରେ ଦୁଇ ଆକ୍ରାନ୍ତଙ୍କ ସ୍ଵାସ୍ଥାବସ୍ଥା ଭଲ ରହିଛି। ଜଗତସିଂହପୁର ଆକ୍ରାନ୍ତ କଟକଠାରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣକଠାରେ କୌଣସି ଲକ୍ଷଣ ନାହିଁ ଓ ଅନ୍ୟ ଆକ୍ରାନ୍ତଠାରେ ସାମାନ୍ୟ କାଶ ପରିଲକ୍ଷିତ ହୋଇଛି। ଦୁଇ ଆକ୍ରାନ୍ତ ନାଇଜେରିଆ ଏବଂ କତାରୁ ଫେରିଛନ୍ତି।

ପୂର୍ବରୁ ଆକ୍ରାନ୍ତ ଦୁହିଁକୁ ହୋମ ଆସୋଲେସନରେ ରଖାଯାଇଥିଲା। ଜିନମ ସିକ୍ଵେନ୍ସି ପରେ ଏମାନଙ୍କଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି।

ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ରହିଛି। ଦୁଇ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସ୍ କରି ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କର ସ୍ଵାବ ପରୀକ୍ଷା କରାଯିବ। । ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସ୍ଵସ୍ଥ୍ୟ ବିଭାଗ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ଦେଶରେ ଓମିକ୍ରନ ଭାରିଏଣ୍ଟ ପ୍ରବେଶ କରିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓମିକ୍ରନ ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀଙ୍କ ନିମନ୍ତେ ଆର୍ଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ସହ କଡ଼ା ନଜର ମଧ୍ୟ ରଖାଯାଇଛି।

ନଭେମ୍ବର ମାସ ସୁଦ୍ଧା ଓଡ଼ିଶାକୁ ୮୮୦୦ ଯାତ୍ରୀ ଫେରିଥିଲେ। ଏମାନଙ୍କ ମଧ୍ୟରୁ ଓମିକ୍ରନ ସଂକ୍ରମିତ ଦେଶରୁ ୧୬୦୦ ଯାତ୍ରୀ ଫେରିଥିଲେ। ମୋଟ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜେନମ ସିକ୍ଵେନ୍ସି ପରେ ଦୁଇଜଣଙ୍କଠାରେ ଓମିକ୍ରନ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି।

ଦେଶରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳୁଛି।  ଭାରତରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟ ୧୫୦ଟପିଛି। ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରାଯାଉଛି। ଆଗକୁ ଖ୍ରୀଷ୍ଟମାସ ଥିବାରୁ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ନେଦରଲ୍ୟାଣ୍ଡରେ ଲକଡାଉନ ଘୋଷଣା କରାଯାଇଛି। ଦେଶରେ ସଂକ୍ରମଣ ହାର ବୃଦ୍ଧି ହେଲେ ପୁଣି ତାଲାବନ୍ଦ ଅଭିଯାନ ଆରମ୍ଭ ହେବ ବୋଲି ଆଶଙ୍କା ରହିଛି।

Comment