ଓଡ଼ିଶାଲାଇଭ୍ ବ୍ୟୁରୋ

  • ୭୩୦୦ ପଞ୍ଜୀକୃତ ହକର ପାଇଲେ ୬ ହଜାର ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା
  • ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଗଲା ୪.୩୮ କୋଟି ଟଙ୍କା
  • ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୨ଲକ୍ଷ ଟଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରାଜ୍ୟର ୭୩୦୦ ପଞ୍ଜୀକୃତ ହକରଙ୍କୁ ୬ ହଜାର ଟଙ୍କା ଲେଖାଏଁ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୋଟ ୪ କୋଟି ୩୮ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ହକରମାନେ ହେଉଛନ୍ତି ଖବର କାଗଜ ଓ ପାଠକମାନଙ୍କ ମଧ୍ୟରେ ସେତୁ। ଖରା, ବର୍ଷା, ଶୀତ ଏମିତିକି କୋଭିଡ ମହାମାରୀ ସମୟରେ ସେମାନେ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ଡିଜିଟାଲ ଯଗୁରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ। ହକରମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲା ସ୍ତରରେ ଓ୍ବାର୍କସେଡ୍ ନିର୍ମାଣ କରାଯିବ।’’

ହକରମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସହାୟତା ପ୍ରଦାନ କରାଯିବ। ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ଲକ୍ଷ ଏବଂ ସ୍ଵଭାବିକ ମୃତ୍ୟୁ ହେଲେ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ସହ ଦୁର୍ଘଟଣାରେ ଅକ୍ଷମ ହେଲେ ଦେଢ଼ ଲକ୍ଷ, ଉଭୟ ଅଙ୍ଗ ହରାଇଲେ ୮୦ ହଜାର ଏବଂ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କା ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି।

Comment