ଓଡ଼ିଶାଲାଇଭ୍ ବ୍ୟୁରୋ
- ବଡ଼ଦିନ ପାଳନ ଚର୍ଚ୍ଚ ଭିତରେ ସୀମିତ ରହିବ
- ଉତ୍ସବରେ ୫୦ ଲୋକଙ୍କୁ ଅନୁମତି
- ହେବନି ଜିରୋ ନାଇଟ୍ ସେଲିବ୍ରେସନ
- ବଣଭୋଜି ମନା
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ଦିନ ଓ ପାଳନ ଉପରେ କଟକଣା ଜାରି କରିଛନ୍ତି। ଆସନ୍ତା ୨୫ ତାରିଖରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ବଡ଼ଦିନ ଉତ୍ସବ ଚର୍ଚ୍ଚ ଭିତରେ ସୀମିତ ରଖାଯିବ। ଉତ୍ସବରେ ୫୦ ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଜିରୋ ନାଇଟ୍ ସେଲିବ୍ରେସନ କରାଯାଇପାରିବ ନାହିଁ। ପୋଲିସ୍ ପ୍ରଶାସନ ଓ କମିଶନରେଟ ପୋଲିସକୁ ନିୟମ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି। ରାଜ୍ୟ ସରକାର ବଡ଼ଦିନ ଏବଂ ନୂଆ ବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି। ନୂଆବର୍ଷ ପାଇଁ ବଣଭୋଜି କରାଯାଇପାରିବ ନାହିଁ। ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହ ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। କୋଭିଡ-୧୯ କଟକଣା ଭିତରେ ଆତ୍ମୀୟ ଶେଷକୃତ୍ୟ ସମ୍ପନ୍ନ କରିପାରିବେ।
ବଡ଼ଦିନ ଏବଂ ନୂଆବର୍ଷ ପାଇଁ ସମସ୍ତ ପାର୍କ, ହୋଟେଲ, ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରଖିବାକୁ ନିର୍ଦ୍ଦଶେ ରହିଛି। ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ଅନୁତିରେ ସମସ୍ତ ଉତ୍ସବ ପାଳନ କରାଯିବ।