ଓଡ଼ିଶାଲାଇଭ୍ ବ୍ୟୁରୋ

  • ପିଲାଙ୍କ ଟିକାକରଣ ପାଇଁ କେନ୍ଦ୍ରର ଗାଇଡଲାଇନ
  • ଜାନୁଆରି ପହିଲାରୁ ଟିକାକରଣ ପାଇଁ ପଞ୍ଜିକରଣ

କରୋନା ସଂକ୍ରମଣ ରୋକିବା ପାଇଁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କର ଟିକାକରଣ କରାଯିବ। ଏନେଇ ସୋମବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ପିଲାମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ। ଆସନ୍ତା ଜାନୁଆରି ପହିଲାରୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ। ଜାନୁଆରି ୩ ତାରିଖଠାରୁ ଟିକାକରଣ ଆରମ୍ଭ ହେବ। ଅନଲାଇନ ଓ ଅନସାଇଟରେ ରେଜିଷ୍ଟ୍ରେସନ କରାଯିବ। କୋ-ଓ୍ଵିନ ଆପ୍ଲିକେସନରେ ପଞ୍ଜିକରଣ କରାଯିବ। ଷ୍ଟୁଡେଣ୍ଟ ଆଇକାର୍ଡ ଦେଖାଇ ସ୍ଲଟ ବୁକ କରାଯାଇପାରିବ।

ରାଜ୍ୟର ୧୫ରୁ ୧୮ ବର୍ଷର ମୋଟ ୨୫ ଲକ୍ଷ ୫୩ ହଜାର ପିଲାଙ୍କର ଟିକାକରଣ କରାଯିବ ପଞ୍ଜିକୃତ ହୋଇଥିବା ପିଲାଙ୍କୁ ଦୁଇଟି ସେସନରେ ଟିକାକରଣ କରାଯିବ। ସ୍କୁଲ ଓ କଲେଜରେ ଟିକାକରଣ ପାଇଁ ବ୍ୟବସ୍ଥା ରହିବ। ଆବଶ୍ୟକ ପଡ଼ିଲେ ଟିକାକରଣ ସମୟରେ ପିଲାମାନଙ୍କ ସହ ଅଭିଭାବକମାନେ ରହିବେ।

Comment