ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ନିର୍ଦ୍ଦେଶକ ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରି ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।

ପୂର୍ବ ସ୍ଥିତିକୁ ଦେଖି ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ପୂର୍ବ ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଥିଲା। ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ନିଷ୍ପତ୍ତି ବଦଳେଇବା ଉପରେ ସରକାର ଚିନ୍ତା କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

କରୋନା କଟକଣା ଯୋଗୁ ରାଜ୍ୟରେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ଫଳରେ ପିଲାଙ୍କ ପାଠପଢ଼ାରେ ବାଧାପ୍ରାପ୍ତ ହେଉଛି। ଅଧିକାଂଶ ନୂଆ ପିଲା ସ୍କୁଲରେ ନାମ ଲେଖାଇ ନାହାନ୍ତି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଆସନ୍ତା ଜାନୁଆରି ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଘୋଷଣା ହୋଇଥିଲା । ଏନେଇ ମଙ୍ଗଳବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। କରୋନା କଟକଣା ମଧ୍ୟରେ ସମସ୍ତ ନିୟମକୁ ମାନି ପିଲାମାନେ ସ୍କୁଲ ଆସିବାକୁ ସେ ପରାମର୍ଶ ଦେଇଥିଲେ। ନୋଡାଲ ସ୍କୁଲ ବା ଯେଉଁ ସ୍କୁଲରେ ସମ୍ମେଟିଭ୍ ପରୀକ୍ଷା ଚାଲିଥିବ, ସେଠାରେ ଜାନୁଆରି ୧୦ ତାରିଖ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ସେ କହିଥିଲେ। ସ୍ଥିତି ବଦଳୁଥିବାରୁ ନିୟମ ବଦଳିବାର ସମ୍ଭାବନା ରହିଛି।

Comment