ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ବିଭିନ୍ନ ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହୋଇଛି। ଗତ ଦୁଇଦିନ ହେଲା କିଛି ସ୍ଥାନରେ ବର୍ଷା ହୋଇଛି। ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବା ସହ ଧାନ ଅମଳ ବାଧାପ୍ରାପ୍ତ ହୋଇଛି। ରାଜସ୍ଥାନରୁ ତେଲେଙ୍ଗାନ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ ରହିଥିବାରୁ ଆହୁରି ଦୁଇରୁ ତିନି ଦିନ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୩୦ ତାରିଖରେ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି। କିଛି ଚାଷୀ ବିଲରୁ ଧାନ କାଟି ନଥିବା ବେଳେ ଆଉ କିଛି କଟା ଧାନ ବିଲରେ ପଡ଼ି ରହିଛି। ଅଦିନିଆ ବର୍ଷା ଯୋଗୁ ଲୋକଙ୍କ ଧାନ ନଷ୍ଟ ହେବା ସହ ଅମଳରେ ସମସ୍ୟା ଦେଖାଦେଇଛି।

Comment