ଓଡ଼ିଶାଲାଇଭ୍ ବ୍ୟୁରୋ

  • ହୃଷିକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
  • ଦେବବ୍ରତ ଦାସଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର
  • ଦିଗରାଜ ବ୍ରହ୍ମାଙ୍କୁ ବାଲ ସାହିତ୍ୟ ପୁରସ୍କାର

୨୦୨୧ ପାଇଁ ଗୁରୁବାର କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଓଡ଼ିଶାର ପ୍ରସିଦ୍ଧ କବି ହୃଷିକେଶ ମଲ୍ଲିକ। ସେହିପରି ବାଲ ସାହିତ୍ୟ ପୁରସ୍କାର ବିଶିଷ୍ଟ ଲେଖକ ଦିଗରାଜ ବ୍ରହ୍ମାଙ୍କୁ ଏବଂ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ବିଶିଷ୍ଟ ଲେଖକ ଦେବବ୍ରତ ଦାସଙ୍କୁ ଦିଆଯିବ।

ହୃଷିକେଶ ମଲ୍ଲିକଙ୍କୁ ତାଙ୍କ ଲିଖିତ ଓଡ଼ିଆ କବିତା ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଏହା ସହ ଦିଗରାଜ ବ୍ରହ୍ମାଙ୍କୁ ‘ଗୀତ କହେ ମିତର କଥା’ ପାଇଁ ‘ବାଲ ସାହିତ୍ୟ’ ପୁରସ୍କାର ଦିଆଯିବ। ‘ସ୍ପର୍ଶ ଓ ଅନ୍ୟ ଗଳ୍ପ’ ପାଇଁ ଦେବବ୍ରତ ଦାସଙ୍କୁ ଚଳିତ ବର୍ଷ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିବ।

ବର୍ଷ ୨୦୨୧ ପାଇଁ ବିଭିନ୍ନ ଭାଷାର ୨୨ଜଣ ଲେଖକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ ଏକାଡେମିର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର କମ୍ବାରଙ୍କ ନେତୃତ୍ଵରେ ତିନିଜଣିଆ ନିର୍ଣ୍ଣାୟକ ମଣ୍ଡଳି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସର୍ବସମ୍ମତି କ୍ରମେ ଏହି ଚୟନ କରାଯାଇଥିଲା। ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମିର ତିନୋଟି ପୁରସ୍କାର ଓଡ଼ିଶାକୁ ମିଳିଛି। ପୁରସ୍କାର ସ୍ଵରୂପ ଏକ ତାମ୍ରଫଳକ ଏବଂ ୫୦ହଜାର ଟଙ୍କା ପ୍ରଦାନ କରାଯିବ।

Comment