ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ୧୮ରୁ କମ୍ ବର୍ଷ ବୟସର ପିଲା ରହୁଛନ୍ତି। ସଂକ୍ରମଣ ରୋକିବା ପାଇଁ ୧୫ରୁ ୧୮ ବର୍ଷ ବୟସ ପିଲାମାନଙ୍କର ଟିକାକରଣ କରାଯିବ। ରାଜ୍ୟରେ ମାସକ ଭିତରେ ଟିକାକରଣ କାର୍ଯ୍ୟକ୍ରମ ଶେଷ କରାଯିବ ବୋଲି ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଆସନ୍ତା ଜାନୁଆରି ପହିଲାରୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ। ଜାନୁଆରି ୩ ତାରିଖଠାରୁ ଟିକାକରଣ କରାଯିବ। ଅନଲାଇନ ଓ ଅନସାଇଟରେ ରେଜିଷ୍ଟ୍ରେସନ କରାଯିବ। କୋ- ଓ୍ୱିନ ଆପ୍ଲିକେସନକୁ ଯାଇ ପିଲାଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯିବ। ଷ୍ଟୁଡେଣ୍ଟ ଆଇକାର୍ଡ ଦେଖାଇ ସ୍ଲଟ ବୁକ କରାଯାଇପାରିବ।

ରାଜ୍ୟର ୧୫ରୁ ୧୮ ବର୍ଷର ମୋଟ ୨୫ ଲକ୍ଷ ୫୩ ହାର ପିଲାଙ୍କର ଟିକାକରଣ କରାଯିବ ପଞ୍ଜିକୃତ ହୋଇଥିବା ପିଲାଙ୍କୁ ଦୁଇଟି ସେସନରେ ଟିକା ଦିଆଯିବ। ସ୍କୁଲ ଓ କଲେଜରେ ଟିକାକରଣ ପାଇଁ ବ୍ୟବସ୍ଥା ରହିବ। ଟିକାକରଣ ସମୟରେ ପିଲାଙ୍କ ସହ ଅଭିଭାବକମାନେ ରହିବାକୁ ପରାମର୍ଶ ଦିଆଯାଇଛି।

Comment