ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଖାସ୍‌ କରି ଏହା ଦକ୍ଷିଣ ଭାରତର ସବୁଠାରୁ ବଡ଼ ପର୍ବ। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥା’ନ୍ତି।ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଦେଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଏହି ମକର ଚାଉଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରି ସମସ୍ତେ ସେବନ କରିଥା’ନ୍ତି।ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ମକରଚାଉଳ ଭୋଗ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଏ। ଆଜିର ଦିନରେ ମକର ବେଶରେ ଦର୍ଶନ ଦିଅନ୍ତି ତିନି ଠାକୁର। ହେଲେ କରୋନା ପାଇଁ ଭକ୍ତମାନେ କାଳିଆ ଦର୍ଶନରୁ ବଞ୍ଚିତ ହେଉଛନ୍ତି।ମକର ସଂକ୍ରାନ୍ତିରେ ଓଡ଼ିଶାର ଉତ୍ତରାଞ୍ଚଳରେ ମକରଯାତ୍ରା ଆୟୋଜିତ ହୋଇଥାଏ। ହେଲେ କରୋନା ପାଇଁ ଗଲା ବର୍ଷ ପରି ଏବର୍ଷ ବି ମକର ଉତ୍ସବ ଫିକା ପଡ଼ିଛି। ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଆକାଶରେ ଗୁଡ଼ି ମଧ୍ୟ ଉଡୁନାହିଁ।

Comment