ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ହାର କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା କରାଯିବାକୁ ଯୋଜନା ଚାଲିଛି। ତେଣୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କୋଭିଡ ବର୍ତ୍ତମାନ ତଳମୂହାଁ ହେବାରେ ଲାଗିଛି। ଏହି ପରିସ୍ଥିତିକୁ ଦେଖି ଆଗାମୀ ଦିନରେ ଦଶମ ଏବଂ ଦ୍ଵାଦଶ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ଚେଷ୍ଟା ରହିଛି। ଠିକ୍ ସମୟରେ ପରୀକ୍ଷା କରି ଠିକ୍ ସମୟରେ ଫଳଫଳ ପ୍ରକାଶ କରିବାକୁ ଉଦ୍ୟମ ଚାଲିଛି। ଆଗକୁ କୋଭିଡ ସ୍ଥିତି ବିଗିଡ଼ିଲେ ପରିସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Comment