ଓଡ଼ିଶାଲାଇଭ ବ୍ୟୁରୋ

ନବମ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧରେ ଉଭୟର ପକ୍ଷରୁ ହଜାର ହଜାର ନାଗରିକ ଏବଂ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ୧୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଦେଶ ଛାଡ଼ିସାରିଲେଣି। ଅବଶ୍ୟ ରୁଷ ଆକ୍ରମଣର ପ୍ରଭାବ କେବଳ ୟୁକ୍ରେନ ଉପରେ ପଡ଼ିନାହିଁ। ରୁଷର ସାଧାରଣ ଜନତା ମଧ୍ୟ ଯୁଦ୍ଧ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଆମଦାନୀ ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ରୁଷର ବ୍ୟାଙ୍କଗୁଡ଼ିକ ଉପରେ ଲାଗିଥିବା ପ୍ରତିବନ୍ଧକ ଆର୍ଥିକ ବଜାରକୁ ଅଡୁଆରେ ପକାଇଛି। ଏଭଳି ପରିସ୍ଥିତିରେ ରୁଷର ଜନସାଧାରଣ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜାଣନ୍ତୁ-

୧. ରୁଷ ରାଷ୍ଟ୍ରପତି ପୁଟିନଙ୍କ ଦ୍ଵାରା ୟୁକ୍ରେନରେ ବିଶେଷ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସମଗ୍ର ରୁଷରେ ଏମଟିଏମ ପାଖରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଆର୍ଥିକ ଅନିଶ୍ଚିତତା ମଧ୍ୟରେ ରୁଷର ଜନତା ନଗଦ ଟଙ୍କା ଉଠାଇବା ପାଇଁ ତତ୍ପରତା ଦେଖାଇଛନ୍ତି।

୨.ରୁଷର ବର୍ତ୍ତମାନ ସୀମିତ ପରିମାଣର ବିଦେଶୀ ମୁଦ୍ରା ଉପଲବ୍ଧ ଅଛି ଏବଂ ଜଣେ ବ୍ୟକ୍ତି କେତେ ରୁବେଲ ଉଠାଇ ପାରିବ ତାହାର ଏକ ସୀମା ମଧ୍ୟ ଧାରଣ କରାଯାଇଛି।

୩. ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବା ପରେ ଟେକ୍ କମ୍ପାନୀ ‘ଆପଲ’ ରୁଷରେ ନିଜ ଉତ୍ପାଦ ବିକ୍ରି ବନ୍ଦ କରିଦେଇଛି। ଏହାସହ କମ୍ପାନୀ ଆପଲ ପେ’ର ସୁବିଧା ମଧ୍ୟ ରଦ୍ଦ କରିଦେଇଛି।

୪. କେତେକ ରୁଷ ବ୍ୟାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକର ଅର୍ଥ ହେଉଛି ସେମାନଙ୍କୁ ଭିସା ଏବଂ ମାଷ୍ଟରକାର୍ଡ ସିଷ୍ଟମରୁ ବାଦ ଦିଆଯାଇଛି। ଏହାର ଅର୍ଥ ହେଉଛି ଦେୟ ପୈଠ କରିବା ପାଇଁ ଯେଉଁମାନେ ମୋବାଇଲ ଫୋନ ବ୍ୟବହାର କରୁଥିଲେ ସେମାନେ ଆଉ ସେ ସୁବିଧା ପାଇ ପାରିବେ ନାହିଁ।

୫.‘ଡେଲ୍ ଟେକ୍ନୋଲୋଜି’ ରୁଷରେ ନିଜ ଉତ୍ପାଦ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛି। ଗୁଗଲ ଫେସବୁକ ଏବଂ ୟୁଟ୍ୟୁବ ସହ ମିଶି ଘୋଷଣା କରିଛି ଯେ, ସେ ରୁଷ ସରକାରୀ ମିଡିଆକୁ ନିଜ ପ୍ଲାଟଫର୍ମ ଜରିଆରେ ଟଙ୍କା  ରୋଜଗାର କରିବାକୁ ଦେବେନାହିଁ।

୬. ରୁଷ ଉପରେ ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେଣୁ ରୁଷ ରହୁଥିବା ନାଗରିକ ବା ବୁଲିବାକୁ ଯାଇଥିବା ହଜାର ହଜାର ଲୋକ ଏବେ ଅନ୍ୟ ଦେଶରେ ଫସି ରହିଛନ୍ତି।

୭. ଫିଫା ଏବଂ ୟୁଇଏଫଓ ରୁଷ ସମସ୍ତ ଫୁଟବଲ କ୍ଲବ ଏବଂ ଜାତୀୟ ଟିମକୁ ସମସ୍ତ ପ୍ରତିଯୋଗିତାରୁ ନିଲମ୍ବନ କରିଛନ୍ତି। ୱାର୍ଡ ରଗବୀ ରୁଷକୁ ସମସ୍ତ “ଆନ୍ତର୍ଜାତୀୟ ରଗବୀ ଏବଂ ସୀମାବର୍ତ୍ତୀ ରଗବୀ କାର୍ଯ୍ୟକଳାପରୁ ନିଲମ୍ବିତ କରିଛି।

୮. ରଷିୟନ ଗ୍ରାଣ୍ଡ ପ୍ରିକ୍ସ ସହ ନିଜର ସମସ୍ତ କଣ୍ଟ୍ରାକ୍ଟକୁ ରଦ୍ଧ କରିଛି ଫର୍ମୁଲା ଓ୍ଵାନ। ଅନ୍ତର୍ଜାତୀୟ ବାସ୍କେଟବଲ ଫେଡେରେସନ ସ୍ପଷ୍ଟ କରିଛି ଯେ, ରୁଷର ଦଳ ଏବଂ ଅଧିକାରୀମାନଙ୍କୁ ଫିଫା ବାସ୍କେଟବଲ ଅନ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ।

୯. ହଲିଉଡ ଦୁନିଆ ମଧ୍ୟ ରୁଷ ଲୋକମାନଙ୍କଠୁ ଦୂରେଇ ରହୁଛନ୍ତି। ୟୁନିଭର୍ସାଲ୍ ପିକ୍ଚର୍ସ ରୁଷରେ ପୂର୍ବରୁ ଯୋଜନାବଦ୍ଧ ଥିଏଟର ରିଲିଜ୍ ବନ୍ଦ କରିଦେଇଛି। ସୋନି ଏହାର ଆଗାମୀ ଚଳଚ୍ଚିତ୍ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଛି।

୧୦. ପାରାମାଉଣ୍ଟ୍ ପିକ୍ଚର୍ସ କହିଛି ଯେ ‘ଲଷ୍ଟ ସିଟି’ ଏବଂ ‘ସୋନିକ୍ ହେଜହୋଗ୍’ ରୁଷରେ ମୁକ୍ତିଲାଭ ହେବ ନାହିଁ। ୱାଲ୍ଟ ଡିଜନି କମ୍ପାନୀ ଟର୍ନିଂ ରେଡ ସମେତ ରୁଷରେ ଏହାର ଚଳଚ୍ଚିତ୍ର ରିଲିଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here