ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ଆସନ୍ତା ମେ’ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ନିଜ ନିଜ ସ୍କୁଲରେ ପରୀକ୍ଷା କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯିବ। ଯଦି ସମ୍ଭବ ନହୁଏ ତେବେ ନିକଟ ସ୍କୁଲରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନଙ୍କୁ ନିଯୁକ୍ତ କରାଯିବ। ୩ଟି ପଦ୍ଧତିରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କ କରାଯିବ। ଦୁଇଟି ବିକଳ୍ପ ଓ ଗୋଟିଏ ନୂତନ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ପ୍ରଥମ ପଦ୍ଧତିରେ ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ମାର୍କର ୨ ଗୁଣ, ଦ୍ଵିତୀୟ ପଦ୍ଧତିରେ ସମ୍ମେଟିଭ-୨ ନମ୍ବରର ଦୁଇ ଗୁଣ କରାଯିବ ଏବଂ ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ, ସମ୍ମେଟିଭ-୧ରୁ ୩୦ପ୍ରତିଶତ ଓ ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ନମ୍ବର ହିସାବ କରାଯିବ। ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ରହିଥିବ ତାହା ଚୂଡ଼ାନ୍ତ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରକାଶ କରିଛନ୍ତି।

Tag: #HighSchool #Examination #Odisha#Matric #10thExamination

Comment