ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ମାର୍ଚ୍ଚ ୨୩ ତାରିଖରୁ ଉଦୟପୁରଠାରେ ଅନୁଷ୍ଠିତ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଥିବା ସମ୍ବଲପୁରର ସୁମିତ କୁମାର ପଣ୍ଡାଙ୍କୁ ଦୁଇଟି ପଦକ ହାସଲ ହୋଇଛି। ସୁମିତ ପଣ୍ଡା ପ୍ରଥମ ପଦାର୍ପଣରେ ଗୋଟିଏ ରୌପ୍ୟ ଏବଂ ଗୋଟିଏ ତାମ୍ର ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ସୁମିତ ଜୁନିଅର ବାଳକ ଏସ୍ ୧୦ ବିଭାଗର ୫୦ ମିଟର ଫ୍ରିଷ୍ଟାଇଲରେ ଭାଗ ନେଇ ୩୭ ମିନିଟ ୪୭ ସେକେଣ୍ଡ ସମୟ ସହିତ ତାମ୍ର ପଦକ ବିଜେତା ହୋଇଥିଲେ। ଏହା ସହ ୫୦ ମିଟର ବ୍ୟାକଷ୍ଟ୍ରୋକରେ ୪୬ ମିନିଟ ୭୭ ସେକେଣ୍ଡ ସମୟ ଅବଧି ସହିତ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଲିପୁ ରାଉତ ପଦକ ଜିତିବାରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନ ପାଇଛନ୍ତି।

ସ୍ପେସାଲ୍ ଅଲମ୍ପିକ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ପ୍ରଥମ ପଦାର୍ପଣରେ ଭଲ ପ୍ରଦର୍ଶନ ନିମନ୍ତେ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ଉନ୍ନତ ପ୍ରଦର୍ଶନ କରିବା ନିମନ୍ତେ ଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ବି ଆର୍ ଏମ-ଆଶାର ଉପ ସଭାପତି ପ୍ରଦୀପ୍ତ ରଥ, ଓଡ଼ିଶା ପାରା ସ୍ପୋର୍ଟସ ଫୋରମର ରାଖାଲ ସେଠୀ ଓ ସୁନୀଲ ପ୍ରଧାନ ପ୍ରମୁଖ ଓଡ଼ିଶାରୁ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଓ ପ୍ରଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Tags: #ParaSwimming #Competition #Odisha #NationalParaSwimmingCopetition #SumitKumarPanda #Medal

Comment