ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକୁ ଜାତୀୟ ତଥା ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍ ଦୁନିଆ ସହ ଯୋଡ଼ି ରାଜ୍ୟର ଉଦ୍ୟୋଗ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଏକ ପ୍ଲାଟଫର୍ମ ହେଉଛି ଗ୍ଲୋବାଲ ନେଟଓ୍ଵର୍କ ଅଫ୍ ଅନ୍ତ୍ରୋପିନିୟର୍ସ ଆଣ୍ଡ୍ ପ୍ରଫେସନାଲସ୍ ଫର୍ ଓଡ଼ିଶା (ଜିଏନ୍‌ଇପିଓ)। ମାର୍ଚ୍ଚ ୩୦ ତାରିଖ ଅପରାହ୍‌ଣ ସାଢ଼େ ୩ଟାରେ ଭୁବନେଶ୍ଵରର କିଟ୍ ଟେକ୍ନୋଲଜି ବିଜିନେସ୍ ଇନକ୍ୟୁବେଟର ସେଣ୍ଟର ଅଡିଟୋରିୟମରେ ଏହି ଗ୍ଲୋବାଲ ପ୍ଲାଟଫର୍ମର ଶୁଭାରମ୍ଭ ହେବାକୁ ଯାଉଛି।

ଉଦ୍ୟୋଗଜନିତ ବିକାଶ ହେଉଛି ରାଜ୍ୟର ଏବଂ ଦେଶର ବିକାଶର ମୂଳଭିତ୍ତି। ଏହି ଦିଗରେ ଜିଏନ୍‌ଇପିଓ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓ-ହବ୍ ଭଳି ବିଭାଗ ଓ ଅନୁଷ୍ଠାନ ସହ ମିଶି ବିଭିନ୍ନ ପଦକ୍ଷେପ ସବୁ ନେଇଛି। ଏହା ଲୋକମାନଙ୍କୁ କେବଳ ଆର୍ଥିକ ସ୍ତରରେ ଲାଭ ଦେବନାହିଁ ବଂର ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବ। ବିଶେଷକରି ଯୁବବର୍ଗଙ୍କୁ ଏହା ସହାୟ ହେବ।ଓଡ଼ିଶାରେ ଏକ ସହଜ ଏବଂ ଦୀର୍ଘସ୍ଥାୟୀ ଉଦ୍ୟୋଗ ପରିବେଶ ସୃଷ୍ଟି କରିବା ହେଉଛି ଜିଏନ୍‌ଇପିଓର ଲକ୍ଷ୍ୟ। ବିଶ୍ଵର ବଡ଼ ବଡ଼ ନେଟଓ୍ଵର୍କ ଜରିଆରେ ଓଡ଼ିଶାର ଉଦ୍ୟୋଗକୁ ଅନ୍ତର୍ଜାତୀୟ ସ୍ତରକୁ ନେବାରେ ପ୍ରୋତ୍ସାହିତ କରିବ ଏହି ପ୍ଲାଟଫର୍ମ। ଏହା ସହିତ ବିଶ୍ଵସ୍ତରୀୟ ଉଦ୍ୟୋଗୀ ସଂସ୍ଥା, ଅନୁଷ୍ଠାନ ଏବଂ ପ୍ରଫେସନାଲଙ୍କ ଜରିଆରେ ବିଭିନ୍ନ ଉଦ୍ୟୋଗ ବା ବ୍ୟବସାୟଜନିତ କାର୍ଯ୍ୟକ୍ରମ କରି ଓଡ଼ିଶାରେ ଏକ ଉଦ୍ୟୋଗଜନିତ ସଂସ୍କୃତି ସୃଷ୍ଟି କରିବାରେ ଜିଏନ୍‌ଇପିଓ ସହାୟ ହେବ।ସେହିପରି ଦେଶ ତଥା ଦେଶ ବାହାରର ଉଦ୍ୟୋଗମାନେ କିପରି ଭାବେ ଓଡ଼ିଶାରେ ପୁଞ୍ଜି ନିବେଶ କରିବେ ସେ କ୍ଷେତ୍ରରେ ମଧ୍ୟ ଏହି ପ୍ଲାଟଫର୍ମ କାମ କରିବ। ଫଳରେ ଓଡ଼ିଶା ଆଗାମୀ ଦିନରେ ଏକ ଉଦ୍ୟୋଗ ଅନୁକୂଳ ରାଜ୍ୟ ଭାବେ ଗଢ଼ିଉଠିବ।

ଓଡ଼ିଶା ଏବଂ ଆମେରିକାରେ ବାସ କରୁଥିବା କିଛି ଆଗ୍ରହୀ ଏବଂ ଉତ୍ସାହୀ ଉଦ୍ୟୋଗୀମାନଙ୍କ ଦ୍ୱାରା ଗଢ଼ିଉଠିଛି ଗ୍ଲୋବାଲ ନେଟଓ୍ଵର୍କ ଅଫ୍ ଅନ୍ତ୍ରୋପିନିୟର୍ସ ଆଣ୍ଡ୍ ପ୍ରଫେସନାଲସ୍ ଫର୍ ଓଡ଼ିଶା (ଜିଏନ୍‌ଇପିଓ)। ଓଡ଼ିଶାର ଷ୍ଟାର୍ଟଅପ ଇକୋସିଷ୍ଟମକୁ ବିଶ୍ୱସ୍ତରୀୟ କରାଇବାରେ ସାହାଯ୍ୟ କରିବା ଏହି ଗ୍ଲୋବାଲ ପ୍ଲାଟଫର୍ମର ଲକ୍ଷ୍ୟ।

Tag: #ଷ୍ଟାର୍ଟଅପ୍‌ #ଜିଏନ୍‌ଇପିଓ #ଓଡ଼ିଶା #GNEPO #Startup #Odisha #MSME #GlobalNetworkOfEntrepreneurs

Comment