ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଓଡ଼ିଶା-ଛତିଶଗଡ଼ ସୀମା ଡୁମୁରୀପଦର ଜଙ୍ଗଲରେ ଖଞ୍ଜା ଯାଇଥିବା ବୋମାକୁ ସୋମବାର ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଡୁମୁରୀପଦର ଜଙ୍ଗଲରେ ମାଓବାଦୀଙ୍କ ଦ୍ଵାରା ଏହି ବୋମା ଖଞ୍ଜା ଯାଇଥିଲା। ବୋମାକୁ ବୈପାରୀଗୁଡ଼ା ସ୍ଥିତ ୧୫୧ ବିଏସଏଫ ଯବାନ ଉଦ୍ଧାର କରିବା ପରେ ନିଷ୍କ୍ରିୟ କରିଥିଲେ। 
ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ଡୁମୁରୀପଦର ଜଙ୍ଗଲରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ସମୟରେ ସଡ଼କପୁଟଠାରୁ ଡୁମୁରୀପଦର ରାସ୍ତା କଡ଼ରେ ବୋମା ଖଞ୍ଜା ଯାଇଥିବା ଜଣାପଡ଼ିଥିଲା। ସୁରକ୍ଷା କର୍ମୀମାନେ ବିଏସଏଫ କୋମାଣ୍ଡାଣ୍ଟ ଅଜୟ କୁମାରଙ୍କ ତତ୍ତ୍ଵାବଧାନରେ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ।
Tags: #Bomb #BombDispose #LandMine #SBFJawan


















