ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍କ ପାତ୍ର): ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇଘର ବ୍ଲକ ସରଗୁଲି ଗ୍ରାମରୁ ପୋଲିସ ଏକ ଅଫୁଟା ଟିଫିନ୍ ବୋମା ଉଦ୍ଧାର କରିଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ବେଳେ ସ୍ଥାନୀୟ ଯୁବକ ବିଜୟ କୃଷ୍ଣ ମଣ୍ଡଳ ବୁଲୁଥିଲା ବେଳେ ଗ୍ରାମ ଶେଷ ମୁଣ୍ଡ ରାସ୍ତା କଡ଼ରେ ଏକ ଜରି ମଧ୍ୟରେ କିଛି ଜିନିଷ ପଡ଼ିଥିବା ଦେଖିଥିଲେ।

ସେ ଘର ଲୋକଙ୍କୁ କହିବା ପରେ ଘର ଲୋକ ଉକ୍ତ ଜରି ମଧ୍ୟରେ ତାର ଓ ଅନ୍ୟାନ ଜିନିଷ ଦେଖି ସନ୍ଦେହ କରି ରାଇଘର ପୋଲିସକୁ ଖବର ଦେଇ ଥିଲେ।

ପୋଲିସ ଜରି ମଧ୍ୟରେ ବୋମା ଥିବାର ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କ ଜରିଆରେ ବୋମା ନିଷ୍କ୍ରିୟକାରୀ ଦଳଙ୍କ ଜରିଆରେ ବୋମ କୁ ଗ୍ରାମ ଠାରୁ ଦୂରକୁ ନେଇ ବିସ୍ଫୋରଣ କରିଥିଲେ। କାହିଁକି, କିଏ, ସେଠାରେ ବୋମା ରଖିଥିଲା ତାହାର ତଦନ୍ତ ପାଇଁ ପୋଲିସ ଘଟଣାର ତନାଘନା ଚଳାଇଛି।

Comment