ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ମାସର ବ୍ୟବଧାନ ପରେ ପୁଣି କୋଭିଡ ଡର ସାଧାରଣ ଲୋକଙ୍କୁ ଛାନିଆ କରିଛି। ଦେଶରେ କୋଭିଡି ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀର ସ୍ଥିତି ଚିନ୍ତା ବଢ଼ାଇଛି। ଇତି ମଧ୍ୟରେ ଓଡ଼ିଶାରେ କୋଭିଡ ସଂକ୍ରମଣ ରୋକିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ସ୍କୁଲ ଏବଂ କଲେଜ ପିଲାଙ୍କର ଥଣ୍ଡା ଜ୍ଵର ମାମଲା ସାମ୍ନାକୁ ଆସୁଛି। ଓଡ଼ିଶାରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇନଥିଲେ ସୁଦ୍ଧା ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କୋଭିଡ ମାମଲା ବଢ଼ିଚାଲିଛି। ଏହି ଦୃଷ୍ଟିରୁ ପିଲାଙ୍କଠାରେ ସାମାନ୍ୟ କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ସେମାନଙ୍କର ପରୀକ୍ଷା କରାଇ ଆଇସୋଲେସନରେ ରଖିବା ପାଇଁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆବଶ୍ୟକ ନହେଲେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ପରିସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ ଜରୁରୀ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

Tags: #Covid19 #CoronaVirus #CovidSymptoms #Testing #Mask #SocialDistance

Comment