ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଗକୁ ତାପମାତ୍ରାରେ ବୃଦ୍ଧି ହୋଇ ୪୭ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀର ଏବଂ ଦେବଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରି ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ, ଅନୁଗୁଳରେ ୪୪.୩ ଡିଗ୍ରୀ, ଟିଟିଲାଗଡ଼ରେ ୪୪.୨ ଡିଗ୍ରୀ, ସମ୍ବଲପୁରରେ ୪୪ ଡିଗ୍ରୀ ଏବଂ ସୋନପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହିତ ତାଳଚେରରେ ୪୩.୫ ଡିଗ୍ରୀ, ବରଗଡ଼ରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ଏବଂ ଭବାନୀପାଟଣାରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇଏମଡି ୫ଟି ରାଜ୍ୟକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଦିଲ୍ଲୀ, ହରିଆଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ।

Tags: #Weather #Summer #HeatWave #Odisha

Comment