ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘର୍ଣ୍ଣିବଳୟ ଆସନ୍ତା ମେ’ ୬ ତାରିଖରେ ଅବପାତର ରୂପ ନେବ। ବାତ୍ୟା ହେବକି ନାହଁ, ଯଦି ବାତ୍ୟା ହେବ ତା’ର ତୀବ୍ରତା କେତେ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ସମ୍ପର୍କରେ ଆସନ୍ତା ଶୁକ୍ରବାର ଜଣାପଡ଼ିବ ବୋଲି ଏସଆରସି କହିଛନ୍ତି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ଅନ୍ୟପଟେ ବାତ୍ୟା ପାଇଁ ରାଜ୍ୟର ୧୮ଟି ସମ୍ବେଦନଶୀଳ ଜିଲ୍ଲାକୁ ପ୍ରସ୍ତୁତ ରହିବା ନିମନ୍ତେ ପରାମର୍ଶ ଦେଇଛନ୍ତି ପ୍ରଦୀପ ଜେନା। ସମ୍ପୃକ୍ତ ୧୮ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇଛି। ଏହା ସହିତ ଏନଡିଆରଏଫ, ଓଡ୍ରାଫ ଟିମ୍ ଏବଂ ରାଜ୍ୟ ଅଗ୍ନିଶମ ବାହିନୀକୁ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ବାତ୍ୟା ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ଏସଆରସି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପୂର୍ବରୁ ଓଡ଼ିଶା ଖରା ଦିନେ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛି। ଖରା ଦିନେ ବାତ୍ୟା ହେଲେ ବନ୍ୟା ଜନିତ ସମସ୍ୟା ବହୁତ କମ୍ ରହିଥାଏ। ଯଦି ବାତ୍ୟା ହେବ ତେବେ ଗୋଟିଏ ଦିନ ପାଇଁ ବଜାର ବନ୍ଦ ରହିବ। ତେଣୁ ଅଜଥାରେ ଜିନିଷ ପତ୍ର ମହଜୁଦ ନରଖିରିବାକୁ ସେ କରାମର୍ଶ ଦେଇଛନ୍ତି।

Tags: #Cyclone #Odisha #SRC

Comment