ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୧୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ। ସୁବାସ ସିଂଙ୍କ ଇସ୍ତଫା ପରେ ରାଜ୍ୟସଭା ସାଂସଦ ପଦବୀ ଖାଲିପଡ଼ିଥିଲା। ଏହି ଆସନ ପାଇଁ ଉପନିର୍ବାଚନ ହେବ।

ଆସନ୍ତା ଜୁନ ୧୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମେ’ ୨୬ ତାରିଖରେ ଉପନିର୍ବାଚନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’ ୨୬ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ। ଜୁନ ୩ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୬ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଆସନ୍ତା ଜୁନ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯିବ।

ଗତ ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ୩ଟି ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। ତିନି ଜଣ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ପୂରଣ ହେବାକୁ ଥିବାରୁ ଏହି ଆସନ ପାଇଁ ନିର୍ବାଚନ ହେବ।

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଆସନ୍ତା ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମେ’ ୩୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ, ଜୁନ ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଜୁନ ୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି।

ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିଦିନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Tags:#Election #ByElection #Politics #RajyaSabhaElection

LEAVE A REPLY

Please enter your comment!
Please enter your name here