ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସ୍ଵଭାବିକଠାରୁ ୨୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ମଧ୍ୟ ବର୍ଷାର ଦେଖାନାହିଁ। ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼, ନୂଆପଡ଼ା, ମାଲକାନଗିରି ଏବଂ ସୋନପୁର ଜିଲ୍ଲାରେ ଆଦୌ ବର୍ଷା ହୋଇନଥିବା ରେକର୍ଡ କରାଯାଇଛି।

ବୌଦ୍ଧ ଜିଲ୍ଲାରେ ସ୍ଵଭାବିକ ବର୍ଷାଠାରୁ ପ୍ରାୟ ୩୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦେବଗଡ଼ ଜିଲ୍ଲାରେ ସ୍ଵଭାବିକ ବର୍ଷା ହୋଇଛି। ୬ଟି ଜିଲ୍ଲାରେ ଅପେକ୍ଷାକୃତ କମ୍ ବର୍ଷା ରେକର୍ଡ ହୋଇଛି। ସେହିପରି ୧୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିଛି।

ଗୋଟିଏ ପଟେ ମୌସୁମୀ ବର୍ଷା ହଜିଯାଥିବାବେଳେ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ତାତି ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଟାଣ ଖରା ନେଇ ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ସମ୍ବଲପୁର।

ସେହିପରି ଆସନ୍ତା ୯ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ା ଏବଂ ୧୦ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରାଯାଇଛି। ଏହା ସହିତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #Weather #HeatWave #RainFall #Odisha

Comment