ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ରହିଛି ପାଗ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ରହିଛି। ଚିତ୍ରକୋଣ୍ଡା ଏବଂ ମାଲକାନାଗିରିରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ଗତ ମଙ୍ଗଳବାର, ଜୁନ ୧୪ ତାରିଖରେ ବିଭିନ୍ନ ଜିଲ୍ଲାରେ ହୋଇଥିବା ବର୍ଷା ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ରେକର୍ଡ ଅନୁସାରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ୫୪ ମିମି, କେନ୍ଦୁଝରରେ ୨୧. ୬ ମିମି, ଦାରିଙ୍ଗବାଡିରେ ୨୦ ମିମି, ପାରଳାଖେମୁଣ୍ଡିରେ ୧୮.୬ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିପରି ଅନୁଗୁଳରେ ୧୮ ମିମି, ଯାଜପୁରରେ ୧୪ ମିମି, ନୟାଗଡ଼ରେ ୧୩.୨ ମିମି ଏବଂ ନୂଆପଡ଼ାରେ ୮.୦ ମିମି ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେଉଥିବାବେଳେ ଅନ୍ୟ ଅଞ୍ଚଳଗୁଡ଼ିକରେ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ଗରମ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ମୌସୁମୀ ଛୁଇଁଲେ ଲୋକଙ୍କୁ ତାତିରୁ ଆଶ୍ଵସ୍ତି ମିଳିପାରିବ।

Tags: #Weather #Monsoon #Rainfall #Odisha #MetrologyDepartment

Comment