ଓଡ଼ିଶାଲାଇଭ୍ ବ୍ୟୁରୋ

ଘଣ୍ଟ, ଘଣ୍ଟା, କାହାଳୀ, ଶଙ୍ଖ ନାଦର ତାଳେ ତାଳେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଛି ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥ। ବଡ଼ ଭାଇଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ପଛରେ ଗହଳି ଲଗାଇ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବଡ଼ଦାଣ୍ଡରେ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଛି। ବଡ଼ ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଶରଧା ବାଲିରେ ପହଞ୍ଚିବା ପରେ ଏବେ ଅପେକ୍ଷା ମନୁଆ ଠାକୁର କାଳିଆଙ୍କୁ।

ଶ୍ରଦ୍ଧାର ଦଉଡ଼ିରେ ମହାପ୍ରଭୁଙ୍କ ନନ୍ଦିଘୋଷକୁ ଟାଣି ଟାଣି ଆଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ବାସ୍ ଆଉ କିଛି ସମୟ ପରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିବ ନନ୍ଦିଘୋଷ। ଜନ୍ମବେଦୀକୁ ବିରାଜିବେ ଶ୍ରୀଜୀଉ।ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଆଜି ଭଗବାନଙ୍କ ସହ ଭକ୍ତର ମିଳନ ହୋଇଛି। ଏତେଦିନ ପରେ ଶ୍ରୀଜୀଉଙ୍କୁ ପାଖରେ ଦେଖି ଭକ୍ତ ଭାବୁକ ହୋଇପଡ଼ିଛି। କରୋନା ପାଇଁ ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା। କେବଳ ସୀମିତ ସେବାୟତମାନେ ଏଥିରେ ସାମିଲ ହେଉଥିଲେ।

Tags: #RathaJatra #RathYatra #Puri #LordJagannath #CarFestival #Odisha #RathYatra2022 #ବଡ଼ଦାଣ୍ଡ #ରଥଯାତ୍ରା #ଶ୍ରୀକ୍ଷେତ୍ର #ପୁରୀ

Comment