ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥଟଣା। ଚାରମାଳ ଫିଟା ଓ ଘୋଡ଼ା ସଂଯୋଗ ହେବା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ଼ଦାଣ୍ଡରେ ଗଡ଼ିଛି। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର।ତାଳଧ୍ୱଜ ରଥରେ ବିରାଜମାନ ବଡ଼ଠାକୁର ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି। ଏହା ପଛକୁ ଦେବୀ ସୁଭ୍ରଦାଙ୍କ ରଥ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି। ଦୁଇ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ସଂଯୋଗ କରାଯାଉଛି।ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଆଜି ଭଗବାନଙ୍କ ସହ ଭକ୍ତର ମିଳନ ହୋଇଛି। ଆଜି ବଡ଼ଦାଣ୍ଡ ସତେ ଭକ୍ତ ସମୁଦ୍ରର ପ୍ରହେଳିକା ସୃଷ୍ଟି କରୁଛି। ଦୁଇବର୍ଷ ପରେ ଶ୍ରୀଜୀଉଙ୍କୁ ବଡ଼ଦାଣ୍ଡରେ ବେନି ନୟନରେ ଦର୍ଶନ କରି ଭକ୍ତ ଭାବୁକ ହୋଇପଡ଼ିଛି। କରୋନା ପାଇଁ ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା। କେବଳ ସୀମିତ ସେବାୟତମାନେ ଏଥିରେ ସାମିଲ ହେଉଥିଲେ।

Tags: #RathaJatra #RathYatra #Puri #LordJagannath #Taladhwaja #CarFestival #Odisha #RathYatra2022 #ବଡ଼ଦାଣ୍ଡ #ତାଳଧ୍ୱଜରଥ #ରଥଯାତ୍ରା #ଶ୍ରୀକ୍ଷେତ୍ର #ପୁରୀ

Comment