ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅବଗତ କରିଛନ୍ତି।

ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ୧୫ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ରାୟଗଡ଼ା ଜିଲ୍ଲା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବାକୁ ନିଷ୍ପତ୍ତି ହୋଇଛି। ଆଇଟି ପଲିସି ୨୦୨୨କୁ କ୍ୟାବିନେଟ ମୋର ଲାଗିଛି। ରାୟଗଡ଼ା ଜିଲ୍ଲାରେ ୩ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଛି।

ସେହିପରି ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ସରକାର। ଏଥିପାଇଁ ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ପ୍ରଦାନ କରାଯାଇଛି। ୩୧ କୋଟି ୯୭ ଲକ୍ଷ ଟଙ୍କା ମଧ୍ୟ ଛାଡ଼ କରାଯାଇଥିବା ଗୃହରେ ସୂଚନା ଦେଇଛନ୍ତି ରାଜସ୍ଵମନ୍ତ୍ରୀ ପ୍ରମିଳା ମଲ୍ଲିକ।

Tags: #Odisha #Politics #CabinetMeeting #MegawaterProject #Rayagada

Comment