ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ଲାଗି ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ ଓଡ଼ିଶାର ୨୬ ଜଣ ବିଧାୟକ। ଓଡ଼ିଶା ବିଧାନସଭା ପକ୍ଷରୁ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ଵରେ ୨୬ ଜଣ ବିଧାୟକ ଆଜି ଦିଲ୍ଲୀ ଯିବେ। ଏହି ଟିମରେ ରହିଛନ୍ତି ବିଜେଡିର ୧୫ ଜଣ, ବିଜେପିର ୬ ଜଣ, କଂଗ୍ରେସର ୩ ଜଣ ଏବଂ ସିପିଆଇର ଜଣେ ବିଧାୟକ।

ଆଜି ଦିନ ୧ଟା ୫୦ ମିନଟରେ ଭୁବନେଶ୍ଵର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବିଧାୟକ ଟିମ୍। ଦିଲ୍ଲୀରେ ପହଞ୍ଚିବା ପରେ ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଧନ୍ୟବାଦ ଦେବା ପାଇଁ ଆଗତ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା। ସେଥିପାଇଁ ବାଚସ୍ପତିଙ୍କ ନେତୃତ୍ଵରେ ବିଧାୟକ ଟିମ୍ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

Tags: #Politics #IndianPolitics #OdishaPolitics #President #DraupadiMurmu

Comment