ଗୋଟିଏ ଜାଗାରେ ଓଡ଼ିଶା ହସ୍ତକଳା ଏବଂ ହସ୍ତତନ୍ତର ସମ୍ଭାର। ତା’ ସାଙ୍ଗକୁ ଭଳିକି ଭଳି ସୁଆଦିଆ ଖାଦ୍ୟ। ସମ୍ବଲପୁରୀ, ବ୍ରହ୍ମପୁରୀ ଏବଂ ମାଣିଆ ବନ୍ଧ ଭଳି ହସ୍ତତନ୍ତ ଶାଢ଼ି ସହ ମିଳୁଛି ଓଡ଼ିଆ କାରିଗରଙ୍କ ହାତ ତିଆରି ଜିନିଷ। ଏଭଳି ପସରା ମେଲାଇ ଲୋକଙ୍କୁ ଆକର୍ଷିତ କରୁଛି ଭୁବନେଶ୍ୱରର ଏକାମ୍ର ହାଟ।

ଭୁବନେଶ୍ୱରର ଏକାମ୍ର ହାଟ। ଏଠାରେ ରହିଛି ଭଳି କି ଭଳି ସୁସ୍ୱାଦୁ ଓଡ଼ିଆ ଖାଦ୍ୟ। ତା’ସାଙ୍ଗକୁ ହସ୍ତକଳାର ସମ୍ଭାର। ରାଜ୍ୟର ପୁରପଲ୍ଲୀରେ ଥିବା ହସ୍ତଶିଳ୍ପୀ ଓ କାରିଗରଙ୍କ ହାତର ଯାଦୁକାରିତାକୁ ଲୋକପ୍ରିୟ କରାଉଛି ଏଇ ହାଟ। ସୁନ୍ଦର ଆଲୋକମାଳାରେ ସଜ୍ଜିତ ଏକାମ୍ର ହାଟରେ ସନ୍ଧ୍ୟା ହେଲେ ଲାଗୁଛି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼।

ଦେଖନ୍ତୁ, ଏକାମ୍ର ହାଟକୁ ନେଇ ‘ଓଡ଼ିଶାଲାଇଭ୍’ର ଏହି ସ୍ଵତନ୍ତ୍ର ଭିଡିଓ ରିପୋର୍ଟ।

Tags: #EkamraHaat #Bhubaneswar #Handloom #Odisha #ଏକାମ୍ରହାଟ #ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here