ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ।

ପୂର୍ବରୁ ଆମେ ମାଣ୍ଡିଆରେ ଖିରି ପ୍ରସ୍ତୁତ କରି ଖାଉଥିଲୁ। ହେଲେ ବର୍ତ୍ତମାନ, ମାଣ୍ଡିଆରେ ଭିନ୍ନ ଭିନ୍ନ ମଡର୍ଣ୍ଣ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। ଆସନ୍ତୁ ଆଜି ଜାଣିବା ମାଣ୍ଡିଆ ପକୁଡ଼ି ବିଷୟରେ, ଯାହା ସୁଆଦିଆ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର ମଧ୍ୟ।

କେମିତି କରିବେ ପ୍ରସ୍ତୁତ?

ଆବଶ୍ୟକୀୟ ସାମଗ୍ରୀ

ମାଣ୍ଡିଆ ଚୂନା – ୫୦୦ ଗ୍ରାମ

କଟା ପିଆଜ – ୨୦୦ ଗ୍ରାମ

ବେସନ – ୧୦୦ ଗ୍ରାମ

କଞ୍ଚା ଲଙ୍କା – ୫୦ ଗ୍ରାମ

ଭୁର୍ସଙ୍ଗ ପତ୍ର – ୧ ମୁଠା

ଧନିଆ ପତ୍ର – ୧ ମୁଠା

ତେଲ – ୫୦୦ ମିଲିଲିଟର

ଲୁଣ ସ୍ଵାଦଅନୁଯାୟୀପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ର ନିଅନ୍ତୁ ଏବଂ ଏଥିରେ ମାଣ୍ଡିଆ ଚୂନା ଓ ଅନ୍ୟ ସାମଗ୍ରୀ ମିଶାଇ ଗୋଳାଇ ଦିଅନ୍ତୁ।

ଏଥିରେ ଅଳ୍ପ ପାଶି ଦେଇ ହାତରେ ଏହାକୁ ଭଲ ଭାବରେ ମିଶାନ୍ତୁ ଦିଅନ୍ତୁ, ଯେପରି ତାହା ଭଲ ଭାବରେ ମିଶିଯିବ।

ଏହାପରେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ନିଅନ୍ତୁ ଓ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ।

ପ୍ରସ୍ତୁତ ହୋଇଥିବା ପକୁଡ଼ି ମିଶ୍ରଣକୁ ପକୁଡ଼ି ଆକାର କରି ଛାଣନ୍ତୁ।

ଏହାକୁ ଚଟଣୀ କିମ୍ବା ସସ୍‌ ସହ ଗରମ ଗରମ ପରଶନ୍ତୁ।

(ଆପଣଙ୍କର ପସନ୍ଦ ଅନୁଯାୟୀ ପିଆଜ ବଦଳରେ ଅଳ୍ପ ଭଜା ହୋଇଥିବା କଟା ବନ୍ଧାକୋବି, ଗାଜର, ଫୁଲକୋବି ମିଶାଇ ପାରିବେ।)

ସୌଜନ୍ୟ: ଓଡ଼ିଶା ମିଲେଟ୍ସ ମିଶନ୍

Tags: #OdishaMilletsMission #Odisha #ମାଣ୍ଡିଆ #MilletsFood

LEAVE A REPLY

Please enter your comment!
Please enter your name here